ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ସାତପଡ଼ା ଥାନା ଆଉଟପୋଷ୍ଟ ନିକଟରେ ଥିବା ପଞ୍ଚାୟତ ଜୁନିଅର କଲେଜରୁ ୨ଟି ସିସିଟିଭି କ୍ୟାମେରା ଚୋରି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ଏନେଇ ସାତପଡ଼ା ପଞ୍ଚାୟତ ଜୁନିଅର କଲେଜ କର୍ତ୍ତୃପକ୍ଷ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଦାଏର କରାଯାଇଥିବା ଏତଲାନୁଯାୟୀ ମାଧ୍ୟମିକ ଶିକ୍ଷା ପରିକ୍ଷଦର ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ ଠାରୁ ଆରମ୍ଭ ହେବାକୁ ଯାଉଥିବା ଯୁକ୍ତ ୨ ପରୀକ୍ଷା ସୁପରିଚାଳନା ନିମନ୍ତେ କଲେଜରେ ସିସିଟିଭି କ୍ୟାମେରା ଲାଗାଯାଇଥିଲା । କିନ୍ତୁ ବୁଧବାର ସକାଳେ କଲେଜରେ ଲଗାଯାଇଥିବା ସିସିଟିଭି ମଧ୍ୟରୁ ୨ଟି ସିସିଟିଭି କ୍ୟାମେରା ଚୋରି ହୋଇଯାଇଛି ।
ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ କେହି ଦୁବୃର୍ତ୍ତ ମଙ୍ଗଳବାର ଦିନ କଲେଜ ମଧ୍ୟକୁ ପଶି ରୁମ୍ ନଂ-୧ ଓ ୫ରେ ଲାଗିଥିବା ସିସିଟିଭି ଚୋରି କରିନେଇଛି ।