Latest Odisha News

BREAKING NEWS

ମୋବାଇଲରେ ଗେମ୍ ଖେଳିବାକୁ ମନାକରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ର !

ଯାଜପୁର: ମୋବାଇଲ ଗେମ ନେଇଛି ଆଉ ଏକ ଜୀବନ । ଗେମ ଖେଳିବାକୁ ମନା କରିବାରୁ ଜଣେ ଛାତ୍ର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ ।

ସୂଚନୁସାରେ, ବିଂଝାରପୁର ବ୍ଲକ୍ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର କରୁଣାକର ସାମଲଙ୍କ ପୁଅ ବରୁଣ ସାମଲ(୧୫)। ଚଳିତ ବର୍ଷ ମାଟ୍ରିକ୍ ପାସ କରି କଲେଜରେ ପାଠ ପଢିବାକୁ ଅପେକ୍ଷା କରିଥିଲେ । ବରୁଣ ଘଣ୍ଟା ଘଣ୍ଟା ଧରି ମୋବାଇଲ ଫୋନରେ ଗେମ ଖେଳୁଥିଲେ । ଯେଉଁଥିପାଇଁ ତାଙ୍କ ମା ବିରକ୍ତ ହୋଇ ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ । ଏହାକୁ କେନ୍ଦ୍ର କରି ବରୁଣ ଘରୁ କେଉଁଆଡେ ଲୁଚିକି ପଳାଇଥିଲେ । ପରିବାର ଲୋକେ ବରୁଣ ନିଖୋଜ ହେବାକୁ ନେଇ ଆଶଙ୍କା ମଧ୍ୟରେ ଥିଲେ ।

ଏହାପରେ ପୁଅକୁ ଖୋଜାଖୋଜି କରିବା ପରେ ତାର କୈାଣସି ଖବର ପାଇନଥିଲେ ।ଏହାପରେ ପରିବାର ଲୋକେ ନଦୀ କୁଳରେ ପୁଅର ଜୋତା ଦେଖି ସେ ନଦୀରେ ବୁଡି ଯାଇଥିବା ସନ୍ଦେହ କରି ତାକୁ ଖୋଜି ଥିଲେ । ତେବେ ଆଜି ପୂର୍ବାହ୍ନରେ ମଲିଆ ନିକଟରେ ବରୁଣର ମୃତ ଦେହ ସ୍ଥାନୀୟ ଲୋକ ଦେଖି ପରିବାରକୁ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୂଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଏକ ଅପମୃତ ମାମଲା ରୁଜୁ ହୋଇଥିବା ପୁଲିସ ନିକଟରୁ ସୁଚନା ମିଳିଛି ।

ବରୁଣ ମୋବାଇଲ ପାଇଁ ନଦୀରେ ବୁଡି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ଘଟଣାର ପକୃତ ସତ କଣ ତାହା ପୁଲିସର ତଦନ୍ତ ପରେ ସାମ୍ନାକୁ ଆସିବ ।

Leave A Reply

Your email address will not be published.