Latest Odisha News

BREAKING NEWS

ସୋର ଷ୍ଟେସନରେ ମାଲବାହୀ ଟ୍ରେନ ଧକ୍କାରେ ଭାଙ୍ଗିଲା ଫୁଟ୍ ଓଭରବ୍ରିଜ୍

ବାଲେଶ୍ୱର: ବାଲେଶ୍ଵର ସୋରସ୍ଥିତ ରେଲୱେ ଷ୍ଟେସନରେ ଫୁଟ୍ ଓଭର ବ୍ରିଜକୁ ଧକ୍କା ଦେଇଛି ଏକ ମାଲବାହୀ ଟ୍ରେନ । ଏଥି ସହ ଷ୍ଟେସନ୍ ସିଗନାଲ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଛି । ତେବେ ଏହି ଘଟଣାରେ କାହାର କିଛି କିଛି କ୍ଷତି ହୋଇ ନଥିବା ଜଣାପଡିଛି । ରାତି ପ୍ରାୟ ନଅଟା ବେଳେ ଘଟିଛି ଏହି ଘଟଣା ।

ସୂଚନା ଅନୁସାରେ ଧାମରାରୁ ଏନ୍‌ଟିଏସ୍ ଡାଉନ ଟ୍ରେନ କୋଇଲା ଲୋଡ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜକୁ ଧକ୍କା ଦେଇଥିଲା । ଡାଉନ ଲାଇନରେ ଥିବା କିଛି ସିଗ୍ନାଲ୍ ଖୁଣ୍ଟକୁ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି । ଏଥି ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.