ନୂଆଦିଲ୍ଲୀ: ବେଲଜିୟମର ୧୫ ବର୍ଷୀୟ ଲରେଂଟ ସିମନ୍ସ ଏବେ ଚର୍ଚ୍ଚାରେ । ମାତ୍ର ୧୫ ବର୍ଷ ବୟସରେ କ୍ୱାଂଟମ ଫିଜିକ୍ସରେ ସେ ପିଏଚଡି କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଏଂଟର୍ପ ବିଶ୍ୱବିଦ୍ୟାଳୟରେ ସେ ତାଙ୍କର ଡକ୍ଟେରେଟ ଥେସିସି ଜମା କରିବା ପରେ ସେ ବିଶ୍ୱର ସର୍ବକନିଷ୍ଠ ଛାତ୍ର ଭାବେ ପିଏଚଡି ହାସଲ କରିଛନ୍ତି । ଏବେ ସାରା ବିଶ୍ୱ ତାଙ୍କୁ କୁନି ୍ର ଆଇନଷ୍ଟେଇନ ଭାବେ ସମ୍ବୋଦ୍ଧିତ କରୁଛନ୍ତି । ସିମନ୍ସ ମାତ୍ର ୮ ବର୍ଷ ବୟସରେ ହାଇସ୍କୁଲ ପଢ଼ା ଶେଷ କରିଥିଲେ । ୧୨ ବର୍ଷରେ ବ୍ୟାଚେଲର ଡିଗ୍ରର ଓ ଏହା ପରେ ରେକର୍ଡ ସମୟରେ ମାଷ୍ଟର୍ସ ଡିଗ୍ରର ହାସଲ କରିଛନ୍ତି । ଫିଜିକ୍ସକୁ ରସାୟନ, ଚିକିତ୍ସା ଓ ଆର୍ଟିଫିସିଆଲ ଇଂଟେଲଜେନ୍ସି ସହିତ ଯୋଡିବା ତାଙ୍କର ସ୍ୱପ୍ନ ବୋଲି କହିଛନ୍ତି ।
ବ୍ଲାକ ହୋଲଠାରୁ ଆରମ୍ଭ କରି ବୋସନ ପର୍ଯ୍ୟନ୍ତ ସେ ତାଙ୍କ ଗବେଷଣା ଜାରୀ କରିଛନ୍ତି । ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟରେ ସେ ଇଂଟର୍ଣ୍ଣଶିପ କରୁଥିବା ବେଳେ କ୍ୱାଂଟମ ଆପ୍ରିକ୍ସ ଓ ଏଆଇ ଦ୍ୱାରା ସଂଚାଳିତ ପ୍ଲାଜମାର ବିଶ୍ଲେଷଣ କରିଥିଲେ । ଏହା ମାଧ୍ୟମରେ କ୍ୟାନ୍ସରର ଆରମ୍ଭ ସମ୍ପର୍କରେ ସେ କାର୍ଯ୍ୟ କରିଥିଲେ । ଆମେରିକା, ଚୀନ ଏବଂ ଅନ୍ୟ ବଡ ଦେଶରୁ ଲରେଂଟଙ୍କ ନିକଟକୁ ବଡ ବଡ ଅଫର ଆସୁଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପିଏଚଡି ପରେ ସେ ମ୍ୟୁନିକ ଯାଇଛନ୍ତି । ସେଠାରେ ଚିକିତ୍ସା ଓ ଏଆଇ ସମ୍ପିର୍କିତ ତଥ୍ୟ ଉପରେ ଗବେଷଣା କରିବେ ।