Latest Odisha News

ବାଇଡେନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ ଯବାନ କରୋନା ପଜିଟିଭ 

ଓ୍ୱାଶିଂଟନ : ବାଇଡେନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଯବାନମାନେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ । ଏନେଇ ୟୁଏସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । 

ହ୍ବାଇଟ୍ ହାଉସ ବାହାରେ ଚେକ୍ ପଏଣ୍ଟ ଓ କଣ୍ଟା ତାର ଲଗାଯାଇଥିଲା । ଓ୍ୱାଶିଂଟନରେ ୨୫ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଥିଲା । ଏହି ୨୫ ହଜାର ଯବାନଙ୍କ ମଧ୍ୟରୁ ଅନେକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆହୁରୀ ବୃଦ୍ଧି ହୋଇପାରେ । ଏହି ଘଟଣା ସ୍ଥାନୀୟ ପ୍ରଶାସନ ଓ ସେନାର ଚିନ୍ତା ବଢାଇ ଦେଇଛି ।  

Leave A Reply

Your email address will not be published.