Latest Odisha News

BREAKING NEWS

କଟକ ଜିଲ୍ଲାର ଏହି ପଞ୍ଚାୟତରୁ ଦିନକରେ ୧୫୦ କରୋନା ପଜିଟିଭ୍

କଟକ: ଗୋଟିଏ ପଞ୍ଚାୟତରେ ଦିନକରୁ ଦେଢ଼ ଶହ ସଂକ୍ରମିତ । ଏକାଥରକେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି । କଟକ ଜିଲ୍ଲା ସିଠୋଳା ପଞ୍ଚାୟତରୁ ୧୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ସିଠୋଳ ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ ।

କେବଳ ମେଡିସିନ୍ ଦୋକାନ ଖୋଲିବ ଓ ସ୍ୱାସ୍ଥ୍ୟ ସମ୍ପର୍କିତ କାମ ପାଇଁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ବାହାରୁ ଆସୁଥିବା ଲୋକ କିମ୍ବା ଗାଡ଼ି ସିଠୋଳ ବଜାରରେ ଅଟକିବ ନାହିଁ । ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଛି । ଅଧିକ ଟେଷ୍ଚିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ଆଜି କଟକ ଜିଲ୍ଲାରୁ ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ହଜାର ୪୩୧ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.