Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ବରିଷ୍ଠ ଓଏଫଏସ୍ ଅଧିକାରୀଙ୍କ ଜୀବନ

ଭୁବନେଶ୍ୱର: କରୋନା ରାଜ୍ୟରୁ ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ ଜୀବନ ନେଇଛି । କରୋନା ଯୁଦ୍ଧରେ ହାରିଗଲେ ଓଏଫଏସ୍ ଅଫିସର ଏସଏମଟି ରହମାନ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।

ଭୁବନେଶ୍ୱର ପିସିସିଏଫ୍ ମୁଖ୍ୟାଳୟରେ କାର୍ୟ୍ୟରତ ଥିଲେ ଏସଏମଟି ରହମାନ । ପୂର୍ବରୁ ସେ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ୍ ଓ କଟକରେ ଡିଏଫଓ ଥିଲେ । ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଦୁଇ ସପ୍ତାହ ପୂର୍ବେ ଆଇଏଫଏସ୍ ଅଫିସର ସନ୍ତୋଷ ବଞ୍ଚୁର କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାରେ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.