Latest Odisha News

BREAKING NEWS

ବିଜୁଳି ଭିତ୍ତିଭୂମି ବିକାଶ ନାଁରେ ୧୫ ହଜାର କୋଟି ବ୍ୟୟବରାଦ ଆଉ ଏକ ମହାଠକେଇ: କଂଗ୍ରେସ

ଭୁବନେଶ୍ୱର: ବିଜୁଳି ଭିତ୍ତିଭୂମି ବିକାଶ ନାଁରେ ହୋଇଛି ମହାଠକେଇ। ଏହା କହି ସରକାରଙ୍କ ବିରୁଦ୍ଧରେ ଆଉ ଏକ ଠକେଇର ଅଭିଯୋଗ ଆଣିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ସେ ଏପରି କହିଛନ୍ତି।

ବିଜୁଳି ବିଭାଗର ଭିତ୍ତିଭୂମିର ବିକାଶ ନିମନ୍ତେ ସରକାର ପୂର୍ବରୁ ୨୦ ହଜାର କୋଟିର ହିସାବ ଦେଇ ନାହାନ୍ତି ସରକାର। ଏବେ ପୁଣି ୧୫ ହଜାର କୋଟିର ବ୍ୟୟ ବରାଦ ମଞ୍ଜୁର କରିଛନ୍ତି । ଏହା କେତେଦୂର ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ସରକାର ଦୁର୍ନୀତିରେ ଉବୁଟୁବୁ ବୋଲି ସେ ସିଧା ସଳଖ ଟାର୍ଗେଟ କରିଛନ୍ତି। ତୁରନ୍ତ ୨୦ ହଜାର କୋଟି ଟଙ୍କାର ହିସାବ ଦେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ଏ ବିଷୟରେ କହି ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କର ବିଜୁଳି ଉପଭୋକ୍ତାଙ୍କ ସମସ୍ୟାକୁ ସମାଧାନ ପାଇଁ ନିଘା ନାହିଁ। ରାଜ୍ୟରେ ବିଜୁଳି ଦେୟ ଓ ଖାଉଟିଙ୍କ ଦୁର୍ଦ୍ଦଶା ବଢ଼ୁଛି । ଓଡ଼ିଶାରେ ଅଲ୍ଟ୍ରା ମେଗା ପାୱାର ପ୍ରୋଜେକ୍ଟ ପ୍ରତିଷ୍ଠା ହେବା ନେଇ ଯୋଜନା ହୋଇଛି। ଯେଉଁଥିରୁ ୩୨୦୦ ମେଗାୱାଟ ଶକ୍ତି ଉତ୍ପାଦନ ହେବ । ରାଜ୍ୟ ସରକାର ୮୦୦ ମେଗାୱାଟ ବିଜୁଳି ଏହି ବୃହତ ପ୍ରକଳ୍ପରୁ ନେବାପାଇଁ ୨୫ବର୍ଷିୟା ଚୁକ୍ତିନାମା କରିଛନ୍ତି । ତେଣୁ ଓଡ଼ିଶାରେ ବିଜୁଳିଦର ୟୁନିଟ ପିଛା ଦର ହ୍ରାସ ପାଉନି। ସରକାର ତାମିଲନାଡୁର ନଇଭାଲି କର୍ପୋରେସନକୁ ଉପକୃତ କରିବା ଅଭିସନ୍ଦି ରଖିଛନ୍ତି ବୋଲି ସେ କହିଛନ୍ତି ।

ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ସିଏଜିଙ୍କ ଦ୍ୱାରା ଆକାଉଂଟିକ ଅଡିଟ ଓ ବିଜୁଳି ଅଡିଟ କରିବାପାଇଁ ଦାବି କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଗଶେଣ୍ୱର ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.