Latest Odisha News

BREAKING NEWS

ବିଜେବି କଲେଜ ପୁରାତନ ଛାତ୍ର ସଂଘ ର “ବିଜେବି ଫ୍ରେଣ୍ଡସ” ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର: ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ” ର ବନ୍ଧୁ ମିଳନ ଉତ୍ସବ ଗତକାଲି (ରବିବାର) ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି । ସକାଳୁ ସକାଳୁ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଞ୍ଚିବା ପରେ ବକ୍ସି ଜଗବନ୍ଧୁ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ।

ଏହାପରେ ଉପସ୍ଥିତ ପୁରାତନ ଛାତ୍ର ତଥା ଓଡିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ, ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ବିଦ୍ୟୁତ ରଞ୍ଜନ ସଡଙ୍ଗୀ, ଓଡ଼ିଶା ସରକାରଙ୍କ ର ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା, ସାଂସଦ ଅମର ପଟ୍ଟନାୟକ, ରିଜର୍ଭ ବ୍ୟାଙ୍କ ର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ୍ ରଶିଦ୍ ଖାନ୍, ପୂର୍ବତନ ବାଚସ୍ପତି ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ପ୍ରମୁଖ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ।

ପ୍ରାରମ୍ଭରେ ସଙ୍ଘ ର ସଭାପତି ଦେବାଶିଷ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ପାଦକ ସତ୍ୟବ୍ରତ ଧୂପାଳ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ବିଦ୍ୟୁତ ରଞ୍ଜନ ସଡଙ୍ଗୀ, ଓଡ଼ିଶା ସରକାର ଙ୍କର ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ମହୋଦୟଙ୍କୁ ସେମାନଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥିସହିତ ଚଳିତ ବର୍ଷ ବିଜେବି କଲେଜର କଳା, ବିଜ୍ଞାନ ଓ ବାଣିଜ୍ୟ ରେ ସର୍ବାଧିକ ମାର୍କ ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଲ ରାଉଣ୍ଡର ଭାବେ ଛାତ୍ର ବିଶାଲ ପରିଜା ଖଣ୍ଡପଡା ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ଡିସେମ୍ବର ୨ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସଙ୍ଘ ର ସୋଭେନର-୨୦୨୩ ଉନ୍ମୋଚିତ ହୋଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।

ଏହି ଅବସରରେ ବିଜେବି ଫ୍ରେଣ୍ଡସ ର ଉପ ସଭାପତି ରାଜ କିଶୋର ଚୌଧୁରୀ, ଶ୍ୟାମସୁନ୍ଦର ପଟ୍ଟନାୟକ, କେଦାର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ମନୋଜ ମିଶ୍ର , ଶିବାନନ୍ଦ ରାୟ , ଆଶୋକ ପଟ୍ଟନାୟକ, ଚିତ୍ରା କାନୁନଗୋ,ସିଦ୍ଧାର୍ଥ ଶେଖର ସିଂହ, ଶୁଭଦର୍ଶିନୀ ମିଶ୍ର, ସିନି ମହାନ୍ତି, ପିଙ୍କି ପ୍ରଧାନ ଓ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ପୁଣି ଥରେ କଲେଜ ର ସେଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ ।

 

Leave A Reply

Your email address will not be published.