Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ୨୭ ଜିଲ୍ଲାରୁ ୧୫୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ସହ ରାଜ୍ୟରେ ବଢୁଛି ସୁସ୍ଥତା ସଂଖ୍ୟା । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୧୫ ଶହ ୪୩ ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଲେଣି ୩୧ ହଜାର ୭୮୪ ଜଣ । ମୋଟ୍ ୬୯ ପ୍ରତିଶତ ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତି ଜିଲ୍ଲାରୁ ୧୧୧ ଆକ୍ରାନ୍ତଙ୍କ ସମେତ ମୋଟ୍ ୨୭ ଜିଲ୍ଲାରୁ ୧୫ ଶହ ୪୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

କେଉଁ ଜିଲ୍ଲାରୁ କେତେ ସୁସ୍ଥ ?
ବାଲେଶ୍ୱର- ୮୩, ଯାଜପୁର- ୫୮, ସମ୍ୱଲପୁର- ୪୯, ମାଲକାନଗିରି- ୪୭
କନ୍ଧମାଳ- ୪୬, ରାୟଗଡ଼ା- ୩୫, ନୟାଗଡ଼- ୩୩, ଭଦ୍ରକ- ୩୧
ଜଗତସିଂହପୁର- ୨୭, କଳାହାଣ୍ଡି- ୨୫, କେନ୍ଦୁଝର- ୨୩, ଢେଙ୍କାନାଳ- ୨୧

ନବରଙ୍ଗପୁର- ୧୫, ମୟୂରଭଞ୍ଜ- ୧୫, ପୁରୀ- ୧୪, ବଲାଙ୍ଗିର- ୧୦
କେନ୍ଦ୍ରାପଡ଼ା- ୧୦, ସୋନପୁର- ୭, ଝାରସୁଗୁଡ଼ା- ୫
ସୁନ୍ଦରଗଡ଼- ୫, ବରଗଡ଼- ୨, ଅନୁଗୋଳ- ୧

Leave A Reply

Your email address will not be published.