Latest Odisha News

BREAKING NEWS

ଅନୁଗୁଳରେ ଷ୍ଟେଟ ବ୍ୟାଙ୍କ ATM ଭାଙ୍ଗି ଲୁଟ୍ ଘଟଣାର ଖୋଳତାଡ

ଅନୁଗୁଳ: ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ । ଅନୁଗୁଳ ସହର କରଡ଼ାଗାଡ଼ିଆ ଛକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ଭାଙ୍ଗି ଟଙ୍କା ଲୁଟ୍ ଘଟଣାର ଖୋଳତାଡ କରୁଛି ପୋଲିସ । ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ ।

ଗତକାଲି ରାତିରେ ଏହି ଡକାୟତି ହୋଇଥିଲା । ଏମଟିଏମର ସଟର୍ ପକାଇ ଦେଇଥିଲେ ଲୁଟେରା । ଏହାପରେ ଗ୍ୟାସ କଟର୍ ଜରିଆରେ ଏଟିଏମ୍ ମେସନିକୁ କାଟି ଟଙ୍କା ଧରି ଛୁ ମାରିଥିଲେ ଦୁର୍ବୃତ୍ତ । ତେବେ ଏଟିଏମରେ କେତେ ଟଙ୍କା ଥିଲା ସେନେଇ ସ୍ପଷ୍ଟ ସୂଚନା ମିଳି ନାହିଁ ।

୫୫ ନମ୍ୱର ଜାତୀୟ ରାଜପଥ କଡ଼ରେ ରହିଛି ଏହି ଏଟିଏମ୍ । ତଥାପି ଲୁଟେରା ବେଧଡ଼କ ଏଟିଏମ୍ ମେସିନକ କାଟି ଟଙ୍କା ଧରି ଚମ୍ପଟ ମାରିଲେ । ଏଟିଏମରେ ଲାଗିଥିବା ସିସିଟିଭ କ୍ୟାମେରା କାମ କରୁ ନଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ।

Leave A Reply

Your email address will not be published.