ତିର୍ତ୍ତୋଲ: ଆଉ ଦିନକ ପରେ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ । ଏହା ପୂର୍ବରୁ ତିର୍ତ୍ତୋଲରେ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାରେ ପହଂଚିଛି । ଉପନିର୍ବାଚନ ପାଇଁ ୩୭୩ଟି ପୋଲିଂ ବୁଥ ରହିଛି । ଏଥିରୁ ୧୫୫ଟି ବୁଥ ସମ୍ବେଦନଶୀ ରହିଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେହିପରି ୬୨ଟି ବୁଥରେ ସିଏସଏଫ୍ ମୁତୟନ କରାଯିବ। ୪୦ଟି ବୁଥରେ ମାଇକ୍ରୋ ଅବଜରଭର୍ ଏବଂ ୩୭ଟି ବୁଥରେ ୱେବ୍ କାଷ୍ଟିଂ ହେବ। ତେବେ ବାକି ପୋଲିଂ ବୁଥରେ ସିସିଟିଭି ବ୍ୟବହାର ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଏହାବ୍ୟତୀତ ଭୋଟିଂ ପୂର୍ବରୁ ପ୍ରତ୍ୟେକ ବୁଥ୍ ସାନିଟାଇଜ ହେବ। ପୋଲିଂ ବୁଥ୍ ବାହାରେ ମାସ୍କ ଓ ସାନିଟାଇଜରର ବନ୍ଦୋବସ୍ଥ କରାଯିବା ସହ ସମସ୍ତଙ୍କର ଥର୍ମାଲ୍ ସ୍କ୍ରିନିଂର ହେବ। ତେବେ ଭୋଟ୍ ଦେବାକୁ ଯାଉଥିବା ମତଦାତାମାନେ ହାତରେ ଗ୍ଲୋଭ୍ସ ପିନ୍ଧି ନିଜର ମତାଧିକାର ସାବ୍ୟସ୍ତ କରିବେ।
Comments are closed.