Latest Odisha News

BREAKING NEWS

ମୋଦିଙ୍କୁ ଟାର୍ଗେଟ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଣ ମାରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା । ବିଜେପି ଛାଡିବା ପରେ ମଜା ମଜାରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଟ୍ୱିଟର ପୋଷ୍ଟ ଜରିଆରେ ଶତ୍ରୁଘ୍ନ ପ୍ରଧାନମନ୍ତ୍ରୀଙ୍କୁ ମଜାରେ ମଜାରେ ତୀକ୍ଷ୍ମ ତୀର ମାରିଛନ୍ତି।

ଟ୍ୱିଟରରେ ଦୁଇଟି କ୍ଲିପ୍ ଶେୟାର କରି ଲୋକଙ୍କୁ ଏହାର ମଜା ନେବାକୁ କହିଛନ୍ତି ଶତ୍ରୁଘ୍ନ। ଗୋଟିଏ କ୍ଲିପରେ ଲେଖାଅଛି, ଏ ପୃଥିବୀରେ ଦୁଇଜଣ ବ୍ୟକ୍ତିଙ୍କୁ ଖୋଜିବା ଅସମ୍ଭବ। ଜଣେ, ମୋଦିଙ୍କ କ୍ଲାସମେଣ୍ଟ ଏବଂ ଆଉ ଜଣେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୋଦିଙ୍କଠାରୁ ଚା’ କିଣିଥିଲେ। ସେହିପରି ଦ୍ୱିତୀୟ କ୍ଲିପରେ ଲେଖାଅଛି, ଭୁଲ ପିଠି ଭଳି ହୋଇଥାଏ, ନିଜ ବ୍ୟତୀତ ସମସ୍ତଙ୍କୁ ଦେଖା ଦେଇଥାଏ।

ଏଭଳି ଦୁଇଟି କ୍ଲିପ୍ ଶେୟାର କରି ଶତ୍ରୁଘ୍ନ କ୍ୟାପଶନରେ ଲେଖିଛନ୍ତି, ଅଳସୁଆ ରବିବାରରେ ଭଲ ହସ ପାଇଁ ଏହି କ୍ଲିପର ମଜା ନିଅନ୍ତୁ। ସ୍ପେଶାଲ ସନଡେ’ ହ୍ୟୁମର ଲେଖି ସେ ହ୍ୟାଶଟ୍ୟାଗ୍ ମଧ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ବେଳେ ଶତ୍ରୁଘ୍ନ କେନ୍ଦ୍ରମନ୍ତ୍ରୀ ଥିଲେ। ୧୯୯୦ ରୁ ୨୦୧୫ ପର୍ଯ୍ୟନ୍ତ ସେ ବିଜେପିର ଷ୍ଟାର୍ ପ୍ରଚାରକ ରହିସାରିଛନ୍ତି। ମତାନ୍ତର କାରଣରୁ ୨୦୧୯ରେ ସେ ବିଜେପି ଛାଡ଼ିଦେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଏବେ ତାଙ୍କ ପୁଅ ଲବ୍ ସିହ୍ନାଙ୍କୁ କଂଗ୍ରେସ ପାଟନାର ବାଙ୍କିପୁର ଆସନରୁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.