ଭୁବନେଶ୍ୱର: ଓଡିଶାରେ ୧୫୬୭ ନୂଆ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଶନିବାର ଦିନ ରାଜ୍ୟସଭାରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ।
ବର୍ତ୍ତମାନ ଓଡିଶାରେ ୬୨,୧୭୧ ଅଙ୍ଗନୱାଡି କେନ୍ଦ୍ର ଅଛି। ଏଥିସହିତ ମନ୍ତ୍ରୀ କହିଛନ୍ତି ଯେ ୭୮୪୪ ନୂତନ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଥିଲେ। ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଏହି ପ୍ରସ୍ତାବକୁ ପଠାଇବାକୁ କହିଥିବା ବେଳେ ଆମ ପ୍ରସ୍ତାବକୁ କେନ୍ଦ୍ର ଫେରସ୍ତ କରିଦେଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁସୂଚିତ ଜନଜାତି ପ୍ରାଧାନ୍ୟ ଅଞ୍ଚଳରେ ତଥା ଅପପୃଷ୍ଟି ଅଞ୍ଚଳରେ ରାଜ୍ୟ ସରକାର ବର୍ତ୍ତମାନ ୧୫୬୭ ନୂତନ ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନୂତନ ଅଙ୍ଗନୱାଡି କେନ୍ଦ୍ର ପାଇଁ ୭ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ଯେଉଁଥିରୁ ମନରେଗା ଯୋଜନାରୁ ୫ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି।
Comments are closed.