ଭୁବନେଶ୍ବର: ଗତ ୫ ବର୍ଷ ଭିତରେ ୧୫୯ ଦୁର୍ନୀତିଖୋର ସରକାରୀ ବାବୁ ବିଦା ହେଲେଣି । ବିଭିନ୍ନ ଦୁର୍ନୀତି ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମନ୍ତ୍ରୀଙ୍କ ଲିଖିତ ତଥ୍ୟ ଅନୁସାରେ, ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଛନ୍ତି । ୧୨୦ ଅଫିସର୍ ଓ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୩୯ ଜଣ ଅଫିସର୍ଙ୍କୁ ବାଧ୍ୟତାମୂଳ ଅବସର ଦିଆଯାଇଛି । ବିଭିନ୍ନ ଦୁର୍ନୀତିଖୋର ସରକାରୀ ବାବୁଙ୍କ ଘରେ ରେଡ୍ ହୋଇ ମୋଟ ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା ଜବତ ହୋଇଛି । ଏଥିସହିତ ମୋଟ ୧୦୫୩ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବା ବେଳେ ଏଥିରେ ୯୩୯ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
Comments are closed.