Latest Odisha News

BREAKING NEWS

ଫେବୃଆରୀ ମାସରେ ପାର୍ସଲ ବୋଝେଇରେ ଭୁବନେଶ୍ୱର ଷ୍ଟେସନର ୧୬.୯୮% ଅଭିବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ୨୦୨୧ ଫେବୃଆରୀ ମାସରେ ପ୍ରାୟ ୧୩୫୮.୪ ଟନ୍ ପାର୍ସଲ ପରିବହନ କରିଛି ଯାହାକି  ୨୦୨୦ ଫେବୃଆରୀ ମାସ ତୁଳନାରେ ୧୬.୯୮% ରହିଛି।

ଗତ ବର୍ଷ ଠାରୁ ପ୍ରାୟ ୧୯୭.୨ ଟନ୍ ଅଧିକ ପାର୍ସଲ ପରିବହନ କରିପାରିଛି। ଫେବୃଆରୀ, ୨୦୨୦ ରେ ଭୁବନେଶ୍ୱର ଷ୍ଟେସନ ୧୧୬୧.୨ ଟନ୍ ପାର୍ସଲ ପରିବହନ କରିଥିଲା।

ସେହିଭଳି, ଫେବୃଆରୀ ୨୦୨୧ ରେ ଭୁବନେଶ୍ୱର ଷ୍ଟେସନ ପାର୍ସଲ ପରିବହନ ଆୟ କ୍ଷେତ୍ରରେ ୨୦୨୦ ଫେବୃଆରୀ ମାସ ତୁଳନାରେ ୭.୩୩% ଅଧିକ ପଞ୍ଜିକରଣ କରିଛି । ଏହି ରାଜସ୍ୱ କେବଳ ଭୁବନେଶ୍ୱର ଷ୍ଟେସନରୁ ବାହାରକୁ ପ୍ରେରଣ କରାଯାଇଥିବା ପାର୍ସଲ ପରିବହନରୁ ଆସିଛି। ଚଳିତ ବର୍ଷ ପାର୍ସଲ ଭ୍ୟାନ ଚଳାଚଳ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ଫେବୃଆରୀ ୨୦୨୧ ରେ ଭୁବନେଶ୍ୱର ଷ୍ଟେସନ ଦ୍ୱାରା ପାଞ୍ଚଟି ପାର୍ସଲ୍ ସ୍ପେସିଆଲ୍ ଟ୍ରେନ୍ ପରିଚାଳିତ ହୋଇଥିଲା।

 

 

Comments are closed.