Latest Odisha News

BREAKING NEWS

ମୋ ବସକୁ ଧକ୍କା ଦେଲା ଟ୍ରକ :୧୬ ଜଣ ଆହତ

କଟକ: ମୋ ବସ୍‌’କୁ ପଛରୁ ଧକ୍କା ଦେଇଛି ଟ୍ରକ । ଏଥିରେ ୧୬ ଗୁରୁତର ଆହତ ହୋଇଛନ୍ତି  । କଟକ ପ୍ରତାପନଗରୀ ଠାରେ ଜାତୀୟରାଜପଥରେ ଏହି ଦୁର୍ଘଟଣା ହୋଇଛି। ଆହତ ହୋଇଥିବା ୧୬ ଜଣଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ,  ମୋ ବସ୍ ଟି ପ୍ରତାପନଗରୀରେ ଯାତ୍ରୀଙ୍କୁ ଓହ୍ଲାଇବା ପାଇ ରହିଥିଲା । ଠିକ୍ ଏହି ସମୟରେ ଦୃତ ଗତିରେ ଆସୁଥିବା ଟ୍ରକଟି ମୋ ବସକୁ ଧକ୍କା ଦେଇଥିଲା । ଫଳରେ ୧୬ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏସ୍‌ସିବିରେ ଭର୍ତ୍ତି କରିଛନ୍ତି ।

ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। କଟକ ସଦର ପୋଲିସ ଓ ଟ୍ରାଫିକ ଥାନା ପୋଲିସ ପହଁଚି ଘଟଣାର ତଦନ୍ତ କରୁଛି।

 

Leave A Reply

Your email address will not be published.