Latest Odisha News

BREAKING NEWS

ଚାଲାଣ ହେଉଥିବା ବେଳେ ୧୬ ବାଳିକା ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର : ତାମିଲନାଡୁ  ଚାଲାଣ ହେଉଥିବା ବେଳେ ୧୬ ବାଳିକା ଦାଦନ ଶ୍ରମିକ ଉଦ୍ଧାର । ନବରଙ୍ଗପୁର ପୋଲିସ, ଚାଇଲଡ଼ ଲାଇନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଚଢ଼ାଉରେ ଏହି ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଜିଲ୍ଲାର କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରୁ ଗୁପ୍ତା ନାମକ ଏକ ଘରୋଇ ବସରେ ତାମିଲନାଡୁକୁ ବେଆଇନ ଭାବେ ଶ୍ରମିକ ଚାଲାଣ  ବେଳେ ଧରା ପଡିଲା  ।

ନବରଙ୍ଗପୁର ସଦର ଥାନା ସମ୍ମୁଖରେ ବସକୁ ଅଟକାଇ ଥିଲା ନବରଙ୍ଗପୁର ପୋଲିସ । ବସ ରୁ ସମସ୍ତ ୧୬ ଜଣ ବାଳିକା ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ କିଛି ନାବାଳିକା ଥିବା ସନ୍ଦେହ କରାଯାଉଛି । ତେବେ ସମସ୍ତେ ତାମିଲନାଡୁର ତିରିପୁରକୁ ଏକ ସୂତା କଳ ରେ କାମ କରିବାକୁ ଯାଉଥିବା ଜଣାପଡିଛି ।

ବର୍ତ୍ତମାନ ସମସ୍ତଙ୍କୁ ସର୍ଟ ଷ୍ଟେ ହୋମରେ ରଖି ଯାଞ୍ଚ କରାଯିବ ଓ ସେମାନଙ୍କ ପରିବାର ଲୋକ ଆସିବା ପରେ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରି ସେମାନଙ୍କ ପରିବାର ଲୋକଙ୍କ ନିକଟରେ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଶ୍ରମ ଅଧିକାରୀ ।

ଡକ୍ୟୁମେଣ୍ଟ ଯାଞ୍ଚ ପରେ ସେଥିମଧ୍ୟରୁ କେତେ ନାବାଳକ ଅଛନ୍ତି ସ୍ପଷ୍ଟ ସୂଚନା ମିଳିପାରିବ  ।

Leave A Reply

Your email address will not be published.