Latest Odisha News

BREAKING NEWS

{ଭିଡିଓ} ଦେଖିଲେ ଛାତି ଥରି ଉଠିବ, ବର୍ଷକର ଶିଶୁ ଉପରେ ଜନ୍ମକଲା ମାଆର ମାଡବର୍ଷା

ସମାଜରେ ଏପରି ଜଣେ ରାକ୍ଷସୀ ମାଆର ଚେହେରା ସାମ୍ନାକୁ ଆଣିବା ନିହାତି ଜରୁରୀ ଥିଲା

ଭୁବନେଶ୍ୱର: ଗର୍ଭ ଧାରଣ କରି ଶିଶୁଟିକୁ ଜନ୍ମ ଦେଇଥିଲା । କ୍ରୋଧର ଆବରଣ ଧାରଣ କରି ମାତ୍ର ବର୍ଷକର ଶିଶକୁୁ ନିର୍ଘାତ ମାଡ ଦେଇ ଚାଲିଥିଲା ଜନ୍ମକଲା ମାଆ । ଏହି ଦୃଶ୍ୟ ଦେଖିଲେ ଛାତି ଥରି ଉଠି । ତଥାପି ଆଜିର ସମାଜରେ ଏପରି ଜଣେ ରାକ୍ଷସୀ ମାଆର ଚେହେରା ସାମ୍ନାକୁ ଆଣିବା ନିହାତି ଜରୁରୀ ଥିଲା ।

BjdElectrycity

ଏହି ଦୃଶ୍ୟ ଦେଖାଇ ଆମେ କୌଣସି ପ୍ରକାର ସମାଜ ବିରୋଧୀ ମାନସିକତାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିନୁ । ତେବେ ଜମ୍ମୁ ଓ କାଶ୍ମୀରର ସମ୍ବା ଜିଲ୍ଲାରୁ ଆସିଥିବା ଏହି ଭିଡିଓ ନିଶ୍ଚିତ ଭାବେ ଆପଣଙ୍କ ମନକୁ ଆନ୍ଦୋଳିତ କରିବ । ଖଟ ଉପରେ ଶୋଇ ଅନବରତ କାନ୍ଦି ଚାଲିଥିଲା ବର୍ଷକର ଶିଶୁ । ଅନ୍ୟପଟେ ତା ମାଆ ଶିଶୁଟିକୁ ଶାନ୍ତ କରିବାକୁ ଆପଣେଇଥିଲା ଚରମ ପଦକ୍ଷେପ । ଗେଲ କିମ୍ବା ସ୍ନେହ କରି ଶାନ୍ତ କରିବା ବଦଳରେ ଦେଇ ଚାଲିଥିଲା ନିର୍ଘାତ ମାଡ ।

ଏହି ଘଟଣାକୁ ମହିଳାଙ୍କର ଜଣେ ସମ୍ପର୍କୀୟ ମୋବାଇଲରେ କଏଦ କରିଥିଲେ । ପରେ ମହିଳାଙ୍କ ସ୍ୱାମୀ ଓ ସ୍ଥାନୀୟ ସରପଂଚ ଭିଡିଓ ଆଧାରରେ ସ୍ଥାନୀୟ ପୋଲିସ ନିକଟରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ଶିଶିଟିକୁ ବାପା ନିକଟରେ ହସ୍ତାନ୍ତର କରାଯାଇଥିବା ନେଇ ସମ୍ବା ଏସ୍‌ଏସ୍‌୍‌ପି ଅଭିଷେକ ମହାଜନ ସୂଚନା ଦେଇଥିଲେ ।

ତେବେ ଏହି ଘଟଣାଟି ଗୋଟିଏ ମାସ ପୁରୁଣା ହୋଇଥିଲାବେଳେ କେହି ଜଣେ ଏହାକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରି ଭାଇରାଲ୍ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.