Latest Odisha News

୮ ଜିଲ୍ଲାରୁ କରୋନାରେ ଆଖି ବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର: କରୋନା କାୟା ଭିତରେ ରାଜ୍ୟରେ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମହାମାରୀ ୧୧ଶହ ୬୮ ଜୀବନ ନେଲାଣି ।

ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ପ୍ରାଣ ହରାଇଛନ୍ତି ଆଉ ୩ ଜଣ । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଦୁଇ ଜଣ ଅଛନ୍ତି । ଖୋର୍ଦ୍ଧାରେ ଦୁଇ ଶହ ଡେଇଁଛି କରୋନା ମୃତ୍ୟୁସଂଖ୍ୟା । ଜିଲ୍ଲା ମୃତ୍ୟୁସଂଖ୍ୟା ୨୦୧କୁ ବୃଦ୍ଧି ପାଇଛି ।

ସେହିପରି କଳାହାଣ୍ଡି ଜିଲ୍ଲାରୁ ୩ ଓ ନୂଆପଡ଼ା ଜିଲ୍ଲାରୁ ଦୁଇ ଜଣଙ୍କର ଜୀବନ ନେଇଛି ମହାମାରୀ । ଏମାନଙ୍କ ବ୍ୟତୀତ କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.