Latest Odisha News

BREAKING NEWS

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଛାନିଆ

ଯାଜପୁର: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ସୋମବାର ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ସୋମବାର ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ ଦେଖିଥିଲେ । ପରେ ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଚାର ହୋଇଯାଇଥିଲା । କୁମ୍ଭୀରକୁ ଦେଖିବାକୁ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ । ପାଖାପାଖି ୫ ଫୁଟ ଲମ୍ବର ଏହି କୁମ୍ଭୀରଟି ବହୁ ସମୟ ଧରି ନଦୀ କୂଳରେ ରହିଥିଲା । ଖବର ପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ କୁମ୍ଭୀରଟି ନଦୀ ଭିତରକୁ ଚାଲିଯାଇଥିଲା ।

ତେବେ କୁମ୍ଭୀରକୁ କାବୁ କରାନଯିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କୁ ନଦୀ କୂଳକୁ ନ ଯିବା ପାଇଁ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି । ସେପଟେ କୁମ୍ଭୀରକୁ କାବୁ କରିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଯାଜପୁର ରୋଡ଼ ରେଞ୍ଜର ସୂଚନା ଦେଇଛନ୍ତି।

Leave A Reply

Your email address will not be published.