Latest Odisha News

BREAKING NEWS

ସିଏଚଏସଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ବେନାମୀ ପଟ୍ଟା

ଭୁବନେଶ୍ଵର: ସିଏଚଏସଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ବେନାମୀ ପଟ୍ଟା । ଯାଞ୍ଚ ବେଳେ ମିଳିଲା ପରିବାର ଲୋକଙ୍କ ନାଁରେ ନଥିବା ୧୬ଟି ଜମିର ପଟ୍ଟା । ବିଭିନ୍ନ ଲୋକଙ୍କ ନାଁରେ କିଣାଯାଇଥିବା ଜମି ପଟ୍ଟା ପାଇଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା ଠାବ ହୋଇଥିବା ବେଳେ ୧୬ ଲକ୍ଷ ଜମା, ୧.୭ ଲକ୍ଷ କ୍ୟାସ୍‌, ୨ଟି କାର୍‌ ଓ ୫ଟି ବାଇକ୍‌ ଠାବ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ୨ଟି ଓ ଜଗତସିଂହପୁର ପୈତୃକ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ରେଡରେ ୩ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ , ୫ ଜଣ ଏସଆଇ ଓ ଅନ୍ୟ ଅଧିକାରୀ ସାମିଲ ଥିଲେ।

Comments are closed.