Latest Odisha News

BREAKING NEWS

କୁଶୀନଗରରେ ଶୌଚାଳୟ ନ ଥିବାରୁ ଗାଁ ଛାଡିଲେ ୧୬ ବୋହୂ

କୁଶୀନଗର: ଉତରପ୍ରଦେଶର କୁଶୀନଗରରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା ସରକାରଙ୍କ ଉଦ୍ୟମ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିପୋର୍ଟ ମୁତାବକ ଏଠାକାର ପଡରାନା ବ୍ଲକର ଭରପାଟିଆ ଅଂଚଳରେ ଗୋଟିଏ ମାସ ମଧ୍ୟରେ ୧୬ ବୋହୂ ଗାଁ ଛାଡିଲେଣି । ସବୁ ସମୟରେ ଏପରି କି ବର୍ଷା ଦିନେ ବାହାରକୁ ଶୌଚ ହେବାକୁ ଯିବାକୁ ପଡୁଥିବାରୁ ସେମାନେ ଏଥିନେଇ ଅରାଜି ହୋଇଥିଲେ । ଏହାର କିଛି ପ୍ରଭାବ ନ ପଡିବାରୁ ସେମାନେ ଶ୍ୱଶୂର ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ଶୌଚାଳୟ ହେଲେ ଘରକୁ ଫେରିବେ ବୋଲି ସେମାନେ କହିଛନ୍ତି । ଏହି ଖବର ଚର୍ଚ୍ଚା ଜୋର ଧରିବା ପରେ ପଂଚାୟତ ଅଧିକାରୀ ଗାଁରେ ପହଂଚିଥିଲେ । ପରିସ୍ଥିତି ଅନୁଧ୍ୟାନ କରିବା ପରେ ଖୁବ୍ ଶୀଘ୍ର ସାମୂହିକ ଶୌଚାଳୟ ପ୍ରସ୍ତୁତ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ।

Leave A Reply

Your email address will not be published.