Latest Odisha News

BREAKING NEWS

ଅନଲାଇନରେ ଗଣଦୁଷ୍କର୍ମର ଶିକାର ହେଲେ ୧୬ ବର୍ଷୀୟ ନାବାଳିକା, ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ବ୍ରିଟେନରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ମେଟାଭର୍ସ ଗେମରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଅନଲାଇନରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ରିଟେନ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମେଟାଭର୍ସ ଗେମରେ ଏଭଳି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି ।

ନାବାଳିକା ଜଣକ ‘ମେଟାଭର୍ସ’ରେ ନିଜ ଡିଜିଟାଲ ଅବତାରରେ ଅନ୍‌ଲାଇନ୍ ଗେମ୍‌ ଖେଳୁଥିଲେ। ଇମର୍ସିଭ୍‌ ଗେମ୍‌’ରେ ଝିଅଟି ଗୋଟାଏ ‘ଭର୍ଚୁଆଲ୍‌ ରିଆଲିଟି ହେଡ୍‌ସେଟ୍‌’ ପିନ୍ଧିଥିବା ବ‌ଳେ ଦଳେ ବ୍ୟକ୍ତି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ତେବେ ଝିଅଟିର ଭର୍ଚୁଆଲ ଅବତାର ସହ ଗୁଣଦୁଷ୍କର୍ମ କରାଯାଇଛି। ଶାରୀରିକ ଆଘାତ ପାଇ ନ ଥିଲେ ମଧ୍ୟ ବାସ୍ତବ ଦୁଷ୍କର୍ମରେ ଯେଉଁଭଳି ଆବେଗିକ ଓ ମାନସିକ ବ୍ୟଥା ହୁଏ ଝିଅଟି ସେଭଳି ବ୍ୟଥା ପାଇଥିବା କହିଛନ୍ତି ତଦନ୍ତକାରୀ ଟିମ୍ ।

ପୂର୍ବରୁ ମଧ୍ୟ ମେଟାଭର୍ସ ନାମରେ ଅନେକ ମାମଲା ସାମ୍ନାକୁ ଆସିଛି । କିନ୍ତୁ ଗଣଦୁଷ୍କର୍ମରେ ଏହା ପ୍ରଥମ ମାମଲା ଅଟେ । ଏହାଦ୍ବାରା ପୀଡିତାଙ୍କ ଭାବପ୍ରବଣତା ତଥା ମାନସିକ ସ୍ତରରେ ଗଭୀର ପ୍ରଭାବ ପଡିଛି । ଯାହାକି ଶାରୀରିକ ଆଘାତ ଅପେକ୍ଷା ଅଧିକ ଦିନ ରହିଥାଏ ।

ଏ ସଂକ୍ରାନ୍ତରେ ‘ମେଟା’ର ଜଣେ ମୁଖପାତ୍ର କହିଛନ୍ତି, ଯେଉଁ ଘଟଣାର ଅବତାରଣା କରାଯାଇଛି ଆମ ପ୍ଲାଟ୍‌ଫର୍ମରେ ତାହା ହୁଏ ନାହିଁ। ସେହି କାରଣରୁ ଆମର ସମସ୍ତ ଗ୍ରାହକମାନଙ୍କର ‘ପର୍ସନାଲ୍‌ ବାଉଣ୍ଡରି’ ନାମରେ ଏକ ସ୍ବୟଂକ୍ରିୟ ସୁରକ୍ଷା ବ୍ୟବସ୍ଥା ରହିଛି । ସେପଟେ ଇଂଲଣ୍ଡର ଗୃହ ସଚିବ ଜେମସ୍‌ କ୍ଲେଭର୍ଲି ଝିଅଟି ଭୋଗିଥିବା ମାନସିକ ନିର୍ଯାତନା ଉପରେ ଗୁରୁତ୍ବାରୋପ କରିଛନ୍ତି। କିନ୍ତୁ ଦୁଷ୍କର୍ମର ସରବ୍ୟ ହେଲା ବେଳେ ଝିଅଟି କି ଖେଳ ଖେଳୁଥିଲା ତାହା ଜଣାପଡ଼ିନାହିଁ।

ସୂଚାଇଯୋଗ୍ୟ ଯେ, ମେଟାଭର୍ସ ଏକ ଭର୍ଚୁଆଲ ଦୁନିଆ । ଏହି ଦୁନିଆରେ ଲୋକମାନେ ପ୍ରତ୍ୟକ୍ଷ ନୁହଁନ୍ତି ବରଂ ସେମାନଙ୍କ ଅବତାର ନଜର ଆସିଥାନ୍ତି । ଏଠାରେ ଆମ ପ୍ରକୃତ ଦୁନିଆ ପରି ସବୁ କାମ ହୋଇଥାଏ । ଯେତେବେଳେ କୌଣସି ୟୁଜର୍ସ ଏହି ମେଟାଭର୍ସରେ ସାଇନ ଇନ୍ କରିଥାଏ ସେତେବେଳେ ସେ ଏକ ଭର୍ଚୁଆଲ ଦୁନିଆକୁ ଚାଲି ଯାଇଥାଏ । ସେଠାରେ ସେ ୟୁଜର୍ସଙ୍କ ଭର୍ଚୁଆଲ ଅବତାରଙ୍କୁ ଭେଟିଥାଏ ଓ ସେମାନଙ୍କ ସହ ଆଳାପ ଆଲୋଚନା କରିଥାଏ ।

Leave A Reply

Your email address will not be published.