Latest Odisha News

BREAKING NEWS

ଗୋଲ୍ଡେନ ବ୍ରିଜ ଉପରୁ ଡେଇଁ ପଡିଲେ ଭାରତୀୟ-ଆମେରିକୀୟ ଛାତ୍ର

ୱାଶିଂଟନ: ସେନଫ୍ରନସିସ୍କୋର ପ୍ରସିଦ୍ଧ ଗୋଲ୍ଡେନ ଗେଟ ବ୍ରିଜ ଉପରୁ ଡେଇଁ ପଡ଼ିଲେ ଭାରତୀୟ-ଆମେରିକୀୟ କିଶୋର । ବ୍ରିଜ ନିକଟରୁ  ୧୬ ବର୍ଷର ଏଇ ଯୁବକଙ୍କର ସାଇକେଲ, ବ୍ୟାଗ, ଫୋନ ଏବଂ ଚପଲକୁ ଉଦ୍ଧାର କରାଯାଇଛି । ସେ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି ।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୪.୫୮ରେ ସେ ବ୍ରିଜ ଉପରୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି । ତଟରକ୍ଷୀଙ୍କ କହିବା ଅନୁଯାୟୀ, କେହି ଜଣେ ବ୍ରିଜ ଉପରୁ ଡେଇଁ ପଡ଼ିବା ଜାଣି  ସେମାନେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ପାଇ ନ ଥିଲେ । ତଟରକ୍ଷୀଙ୍କ କହିବା ଅନୁଯାୟୀ, ଯଦି ସେ ଡେଇଁ ପଡ଼ିଥାନ୍ତି ତେବେ  ତାଙ୍କର  ବଞ୍ଚିବାର ସମ୍ଭାବନା କ୍ଷୀଣ ।

କିଶୋର ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଭାରତୀୟ-ଆମେରିକୀୟ ନେତା ଅଜୟ ଜୈନଙ୍କ କହିବା ଅନୁଯାୟୀ, ଆତ୍ମହତ୍ୟା ଉଦ୍ଦେଶ୍ୟରେ ଗୋଲ୍ଡେନ ବ୍ରିଜ ଉପରୁ କେହି ଭାରତୀୟ-ଆମେରୀକିୟ ଡେଇଁବା   ୪ର୍ଥ ଘଟଣା । ବ୍ରିଜ ରେଲ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ ବର୍ଷ ଏହି ବ୍ରିଜରୁ ଡେଇଁ ଅତିକମରେ ୨୫ ଜଣ ଆତ୍ମହତ୍ୟା କରିଥିଲେ । ୧୯୩୭ରେ ଯେତେବେଳେ ଏହି ବ୍ରିଜ ପ୍ରଥମେ ଖୋଲିଥିଲା ସେତେବେଳେ ପାଖାପାଖି ୨,୦୦୦ ଲୋକ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ରିଜର ଦୁଇ ପାଖେ ୧.୭ ମାଇଲ ଲମ୍ବ ଏବଂ ୨୦ ଫୁଟ ଚଉଡାର ଲୁହା ଜାଲ ଲଗାଇବା କାମ ଆରମ୍ଭ କରିଛନ୍ତି । ଏହି କାମ ୨୦୨୨ ଜାନୁଆରୀ ସୁଦ୍ଧା ଶେଷ ହେବାର ଥିଲା । କିନ୍ତୁ ହୋଇପାରି ନାହିଁ ।

Leave A Reply

Your email address will not be published.