Latest Odisha News

BREAKING NEWS

ଥାନାବାବୁଙ୍କର ଏତେ ସମ୍ପତ୍ତି ଦେଖି ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ  ତମାଣ୍ଡୋ ଥାନା ଏସ୍‌ଆଇ ।  ଘରେ ପଶି ଛାନଭିନ କଲା ଭିଜିଲାନ୍ସ। ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪ ମହଲା ବିଲ୍ଡିଂ ଓ ତମାଣ୍ଡୋ ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଏଥିସହିତ ତାଙ୍କ ନୟାଗଡ଼ର ଥିବା ପୈତୃକ ଘରେ ମଧ୍ୟ ଚଢାଉ ହାଇଛି।

ତମାଣ୍ଡୋ ଥାନାର କୋଟିପତି  ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ବିରୋଧରେ  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଥିଲା । ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିମନ୍ୟୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଥିଲା । ଚଢାଉରେ ୩ଜଣ ଡିଏସପି, ୧୧ଜଣ ଇନ୍ସପେକ୍ଟର ଏବଂ ୬ଜଣ ଏଏସ୍‌ଆଇ  ସାମିଲ ହୋଇଛନ୍ତି।

ପୋଲିସ ବାବୁଙ୍କ ସମ୍ପତ୍ତି ତାଲିକାରେ ରହିଛି  ପାଇକନଗରର ୪ ମହଲା କୋଠା  ଯାହାର ଦାମ ଦେଢକୋଟିରୁ ଅଧିକ । ଏହା ବ୍ୟତିତ ରହଛି ନୟାଗଡ  ନାଛିପୁରରେ ରହିଛି ଏକମହଲା ଘର, ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ ଓ ନିଚ୍ଛିପୁରରେ ଗୋଟିଏ ପ୍ଲଟ, ବ୍ୟାଙ୍କ ଡିପୋଜିଟ ପାଖାପାଖି ୭୮.୮୦ ଲକ୍ଷ ଟଙ୍କା । ଘରୁ ନଗଦ ଏକ ଲକ୍ଷ ୭୫ ହଜାର ଟଙ୍କା ସହ ତିନୋଟି ଦୁଇଚକିଆ ଗାଡି ଜବତ କରିଛି ଭିଜିଲାନ୍ସ ।

ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ   ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ତଥା ସବ ରେଜିଷ୍ଟ୍ରାର ପୃଥ୍ୱୀରାଜ ମଣ୍ଡଳ । ଲାଞ୍ଚ ନେଇ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲାେ । ଜମି ପଟ୍ଟାର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରା ପଡ଼ିଛନ୍ତି ।

 

 

Leave A Reply

Your email address will not be published.