Latest Odisha News

ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ : ହ୍ୱାଟ୍‌ସଆପ୍‌କୁ ଲାଗିଲା ବଡ଼ ଝଟକା  । ହ୍ୱାଟସଆପ୍‌ର ଇଣ୍ଡିଆନ ପେମେଣ୍ଟ ବିଜନେସ୍‌ ବା ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ ମେଟାର ଭାରତ ମୁଖ୍ୟ ଅଜିତ ମୋହନ ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ନିଜର ଇସ୍ତଫା ସମ୍ପର୍କରେ ଲିଙ୍କଡଇନ୍‌ରେ ସେୟାର କରି ଜଣାଇଛନ୍ତି ବିନୟ ଚୋଲେଟ୍ଟି  । ସବୁଠୁ ବଡ଼ କଥା ହେଉଛି ବିନୟ ଚୋଲେଟ୍ଟି କମ୍ପାନୀର ଦାୟିତ୍ୱ ୪ ମାସ ତଳେ ନେଇଥିଲେ କିନ୍ତୁ ସେ ଏବେ ଇସ୍ତଫା ଦେଇଛନ୍ତି  ।

ସେ କହିଛନ୍ତି ଯେ  ‘ମୁଁ ମୋର ଆଗାମୀ ଯାତ୍ରାରେ ବାହାରିଛି। ତେବେ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଭାରତରେ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ କାରବାରରେ ସଂସ୍କାର ଆଣବା ପାଇଁ ହ୍ୱାଟସଆପ୍‌ ପାଖରେ ସେହି କ୍ଷମତା ରହିଛି । ଆଗାମୀ ବର୍ଷଗୁଡ଼ିକରେ କମ୍ପାନୀ ଶୀର୍ଷରେ ପହଞ୍ଚୁ ବୋଲି ମୁଁ ଦେଖିବାକୁ ଚାହୁଁଛି । ତେବେ ବିନୟଙ୍କ ଇସ୍ତଫା କମ୍ପାନୀରେ ହଇଚଇ ସୃଷ୍ଠି କରିଛି  ।

 

Leave A Reply

Your email address will not be published.