Latest Odisha News

ଢ଼ିଙ୍କିଆ କୁ ଯାଇ ପାରିଲାନି ୧୭ ଜଣିଆ ବିରୋଧୀ ଦଳ କମିଟି; ଅଟକେଇ ଦେଲେ ଗ୍ରାମବାସୀ

ଭୁବନେଶ୍ୱର: ଜେଏସଡବ୍ଲୁ ପ୍ରକଳ୍ପକୁ ବିରୋଧ କରି ଚର୍ଚ୍ଚାରେ ଥିବା ଢ଼ିଙ୍କିଆ ଗ୍ରାମ ଆଜି ବିରୋଧୀ ଦଳ ନେତାଙ୍କୁ ନିରାଶ କରିଛି । ଜେଏସଡବ୍ଲୁ କୁ ବିରୋଧ କରୁଥିବା ରାଜ୍ୟର ୧୩ଟି ବିରୋଧୀ ଦଳର ୧୭ଜଣିଆ କମିଟି ବୁଧବାର ଢ଼ିଙ୍କିଆ ଗସ୍ତରେ ଯାଇ ଅଧା ବାଟରୁ ଫେରିଛି । କମିଟି ନୂଆଗାଁ ଓ ଗୋବିନ୍ଦପୁର ଲୋକଙ୍କ ସହ କଥା ହେବା ପରେ ଢ଼ିଙ୍କିଆ ଆଡ଼କୁ ମୁହାଁଉଥିଲା ।

BjdElectrycity

ଢ଼ିଙ୍କିଆ ର କିଛି ଜେଏସଡବ୍ଲୁ ସପକ୍ଷବାଦୀ ଏହି କମିଟି କୁ ବିରୋଧ କରି ଗାଁ କୁ ରାସ୍ତା ଅଟକାଇଥିବା କଥା କହିଛି ଏହି କମିଟି । ଢ଼ିଙ୍କିଆ ଗ୍ରାମବାସୀଙ୍କ ମାନବିକ ଅଧିକାର ଉଲଂଘନ ଓ ସ୍ଥାନୀୟ ଅଞ୍ଚଳରେ ପୋଲିସ୍ ଦମନ ଅଭିଯୋଗକୁ ଅନୁଧ୍ୟାନ କରିବା ପାଇଁ ଯାଇଥିଲା ଏହି କମିଟି ।

ପୂର୍ବରୁ ସୂଚନା ଦିଆଯାଇଥିଲେ ବି ପୋଲିସ ବିରୋଧ ସ୍ଥଳରେ ଅନୁପସ୍ଥିତ ଥିଲା । ଯାହା ଫଳରେ ଏହି କମିଟି କୁ ବିରୋଧ ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି କହିଛନ୍ତି ବିରୋଧୀ ନେତା ଗଣ । ପୋଲିସ ଆଉ ସ୍ଥାନୀୟ ପ୍ରଶାସନ କମ୍ପାନୀ ସ୍ୱାର୍ଥ ରକ୍ଷା କରିବାକୁ ଯାଇ ଗାଁ ଲୋକଙ୍କ ଉପରେ ଆତଙ୍କ ରାଜ୍ ଚଲାଇଛନ୍ତି ବୋଲି ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛି ।

ଢ଼ିଙ୍କିଆ ସ୍ଥିତି ଯାଞ୍ଚ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିନିଧି ଦଳ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା । ଢ଼ିଙ୍କିଆ କୁ ଯାଇ ନ ପାରିଥିଲେ ମଧ୍ୟ ଆଗାମୀ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେଇ ଆଲୋଚନା କରିବ ବୋଲି କହିଛି ପ୍ରତିନିଧି ଦଳ ।

୧୭ ଜଣିଆ ଟିମ୍ ରେ ସିପିଏମ ନେତା ସନ୍ତୋଷ ଦାସ, ଜମ୍ବେଶ୍ୱର ସାମନ୍ତରାୟ, ସିପିଆଇ ନେତା ଜୟନ୍ତ ଦାସ, ସିପିଆଇଏମଏଲ ନେତା ଯୁଧିଷ୍ଠିର ନେତା, ମହେନ୍ଦ୍ର ପରିଡ଼ା, କିଶାନ ପଟ୍ଟନାୟକ, ଫରୱାର୍ଡ ବ୍ଲକ୍ ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ଆପ୍ ନେତା ରଙ୍ଗା ଚରଣ ପ୍ରଧାନ, ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ ପ୍ରମୁଖ କମିଟି ରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.