Latest Odisha News

BREAKING NEWS

୧୭ କରୋନା ପଜିଟିଭ ସୁରଟ ଫେରନ୍ତା, ସୂଚନା ଦେଲେ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାର ୪ଟି ଜିଲ୍ଲାରୁ ଶନିବାର ଦିନ ୧୭ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ ଛୁଇଁଛି।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ବିଟ ଅନୁଯାୟୀ ସମସ୍ତ ୧୭ ରୋଗୀ ପୁରୁଷ ଏବଂ ସୁରଟ ଫେରନ୍ତା।

ନୂତନ ମାମଲାଗୁଡ଼ିକ ମଧ୍ୟରୁ ୧୨ ଜଣ ଗଞ୍ଜାମରୁ, ତିନୋଟି ମୟୂରଭଞ୍ଜରୁ ଏବଂ ଜଣେ ଲେଖାଏଁ ଭଦ୍ରକ ଏବଂ ରାଉରକେଲା ଅଞ୍ଚଳର। ତେବେ ଏହି ୧୭ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ନେଇ ସୂଚନା ମିଳିଛି।

ଏହାସହିତ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ରୋଗୀଙ୍କ ସଂଖ୍ୟା ୮୩ ରହିଥିବା ବେଳେ, ଯାଜପୁର (୫୫), ଭୁବନେଶ୍ୱର (୫୦), ବାଲେଶ୍ବର (୨୭), ଭଦ୍ରକ (୨୫), ସୁନ୍ଦରଗଡ (୧୩), କେନ୍ଦ୍ରାପଡା (୮), ମୟୂରଭଞ୍ଜ (୭) , ଜଗତସିଂହପୁର (୫), କେନ୍ଦୁଝର (୨), କଳାହାଣ୍ଡି (୨), ଝାରସୁଗୁଡା (୨), କଟକ (୧), ବଲାଙ୍ଗୀର (୨), ପୁରୀ (୧) ଏବଂ କୋରାପୁଟ, ଢେଙ୍କାନାଳ ଏବଂ ଦେଓଗଡ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.