Latest Odisha News

BREAKING NEWS

ରାଜ୍ୟର ୫ଟି ଜିଲ୍ଲାରୁ କେବଳ ୮୪ ପ୍ରତିଶତ କରୋନା ପଜିଟିଭ୍

ଭୁବନେଶ୍ୱର : କିଛି ଦିନ ହେଲା ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି । ପ୍ରଥମେ ପ୍ରଥମେ ସ୍ୱାବ ପରୀକ୍ଷା ବେଳେ ଦିନକୁ ଏକ ଅଙ୍କ ଭିତରେ ପଜିଟିଭଙ୍କ ସଂଖ୍ୟା ସୀମିତ ରହୁଥିବା ବେଳେ ଏବେ ପ୍ରତିଦିନ ଦୁଇ ଅଙ୍କରୁ କମୁନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି ।

ରାଜ୍ୟରେ ମୋଟ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ପାଞ୍ଚଟି ଜିଲ୍ଲାର ରହିଛନ୍ତି କେବଳ ୮୫ ପ୍ରତିଶତ । ଏଗୁଡିକ ହେଲା ଗଂଜାମ, ଯାଜପୁର, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ।

ଏବେ ଚିନ୍ତା ବଢାଇଛି ଗଂଜାମ । ଗତ ମେ ଦୁଇ ତାରିଖରେ ପ୍ରଥମ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିଲା । ସାତ ଦିନ ଭିତରେ ଏହି ସଂଖ୍ୟା ଛୁଇଁଛି ୮୩ ରେ ପହଞ୍ଚିଛି । ଗତ ତିନି ଦିନ ଭିତରେ ୭୯ ଟି ପଜିଟିଭ୍ କେସ୍ ଆଉ ପ୍ରାୟ ସମସ୍ତେ ସୁରତ ଫେରନ୍ତା । ତେବେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୨୮ ଦଶମିକ ୯ ପ୍ରତିଶତ ଅଛନ୍ତି ।

ଯାଜପୁର ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ଏପ୍ରିଲ ୩ ତାରିଖରେ ପ୍ରଥମ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲା । ଏଠାକାର ଅଧିକାଂଶ ପଜିଟିଭ ରୋଗୀ ପଶ୍ଚିମବଙ୍ଗ ଫେରନ୍ତା । ମୋଟ ଆକ୍ରାନ୍ତଙ୍କ ୧୯ ଦଶମିକ ୨ ପ୍ରତିଶତ କେବଳ ଯାଜପୁର ଜିଲ୍ଲାର ।

ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୫୦ ରହିଛି । ଦୀର୍ଘ ୨୦ ଦିନ ୪୭ ରେ ଏହି ସଂଖ୍ୟା ସୀମିତ ଥିବା ବେଳେ ଦୁଇ ଦିନ ତଳେ ଅର୍ଥାତ ଗୁରୁବାର ଆଉ ତିନି ଜଣ ଏଥିରେ ଯୋଡି ହୋଇଛନ୍ତି । ବର୍ତ୍ତମାନ ଏହି ଜିଲ୍ଲା କେସ୍ ଆକ୍ଟିଭ୍ ରହିଥିବା ବେଳେ ୩୨ ଜଣ ସୁସ୍ଥ ହୋଇଛନ୍ତି । ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ପଜିଟିଭ୍ ସଂଖ୍ୟାର ୧୭ ଦଶମିକ ୪ ପ୍ରତିଶତ ।

ବାଲେଶ୍ୱର ଜିଲ୍ଲାରେ ଟିହ୍ନଟ ହୋଇଛନ୍ତି ୨୭ ଜଣ କରୋନା ଆକ୍ରାନ୍ତ । ଯାହା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୯ ଦଶମିକ ୪ ପ୍ରତିଶତ । ସେହିପରି ଭଦ୍ରକରେ ଚିହ୍ନଟ ହୋଇଛନ୍ତି ୨୫ ଜଣ କରୋନା ପଜିଟିଭ ରୋଗୀ । ଯାହା ମୋଟ ପଜିଟିଭଙ୍କ ୮ ଦଶମିକ ୭ ପ୍ରତିଶତ ।

ରାଜ୍ୟରେ ମୋଟ ୨୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୨୨ଟି କେସ୍ ସକ୍ରିୟ ରହିଛି । ଚିକିତ୍ସା ପରେ ୬୩ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.