Latest Odisha News

BREAKING NEWS

କଟକରେ ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ସ୍କୁଲରୁ ୧୭ ସଂକ୍ରମିତ ଚିହ୍ନଟ

କଟକ: ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା । କଲେଜ ପରେ ସ୍କୁଲରେ କାୟା ମେଲାଉଛି କରୋନା । କଟକ ସହରରେ ୨ ଦିନ ଭିତରେ ଏକ ଘରୋଇ କଲେଜ ହଷ୍ଟେଲରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏକ ଘରୋଇ ବିଦ୍ୟାଳୟରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ସ୍କୁଲକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଶିକ୍ଷାନୁଷ୍ଠାନରେ କରୋନା ବ୍ୟାପିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲିଟିଥିବା ବେଳେ ଏକାଧିକ ସଂକ୍ରମିତ ବାହାରି ଥିବାରୁ ବିଦ୍ୟାଳୟର ସମସ୍ତଙ୍କର କୋଭିଡ୍ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଇଛି । ଆଜି ସ୍କୁଲରେ କଣ୍ଟାକ୍ଟ ଟ୍ରେସିଂ କରାଯିବ ।

Leave A Reply

Your email address will not be published.