Latest Odisha News

BREAKING NEWS

ଭୁବନେଶ୍ବରରୁ ୧୭୧ ନୂଆ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୭୧ କରୋନା ଆକ୍ରାନ୍ତ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ, ୧୨୬ ଜଣ ଲୋକାଲ କେସ୍ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବଏମସି ।

ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଖଣ୍ଡଗିରି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଠାରୁ ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଡେଲଟା ଛକ ଅଞ୍ଚଳରୁ ୧୧ ଜଣ, ବିଜେପି ନଗରରୁ ୮ ଜଣ, ଓଲ୍ଡ ଟାଉନରୁ ୭ ଜଣ, ଟଙ୍କପାଣିରୋଡ, ପଟିଆରୁ ୬ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇଲେ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୩୬୪ରେ ପହଞ୍ଚିଛି । ସେହିପରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୩୨ ହଜାର ୨୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । କରୋନାରେ ବିଏମସି ଅଞ୍ଚଳରେ ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୮୮୩ ଜଣଙ୍କର ଚିକିତ୍ସା ଚାଲିଛି ।

Leave A Reply

Your email address will not be published.