Latest Odisha News

BREAKING NEWS

ରାଇନାଙ୍କ ଅର୍ଦ୍ଧଶତକ, ଧୋନୀ ଫେଲ୍‌: ଦିଲ୍ଲୀ ସମ୍ମୁଖରେ ୧୮୯ ରନର ଟାର୍ଗେଟ ରଖିଲା ଚେନ୍ନାଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଅନୁଷ୍ଠିତ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ୧୮୯ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ସୁରେଶ ରାଇନାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ (୫୪) ଏବଂ ମୋଇନ ଅଲୀଙ୍କ ୩୬ ରନ ବଳରେ ଚେନ୍ନାଇ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୮୮ ରନ ସଂଗ୍ରହ କରିଥିଲା ।

ରବୀନ୍ଦ୍ର ଜାଡେଜା ୨୬ ନଟଆଉଟ ଓ ଅମ୍ବାତି ରାୟୁଡୁ ୨୩ ରନର ଇନିଂସ ଖେଳିଥିଲେ । ଧୋନୀ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । ଦିଲ୍ଲୀ ପକ୍ଷରୁ କ୍ରିସ ୱକସ ଓ ଆଭେସ ଖାଁ ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.