ଭୁବନେଶ୍ୱର: ରାଜ୍ୟରେ ପାଣିରେ ବୁଡି ଚାଲିଯାଇଥିବା ମୃତ୍ୟୁ ସଂଖ୍ୟାର ତଥ୍ୟ ଉଦବେଗଜନକ ରହିଛି । ରାଜ୍ୟରେ ୪ ବର୍ଷରେ ନଦୀରେ ବୁଡ଼ି ଯାଇଛି ୧୭୫୦ଙ୍କ ଜୀବନ । ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେବଳ ୨୦୨୫ରେ ୪୨୭ ଜଣ ପାଣିରେ ବୁଡିଯାଇଛନ୍ତି ।
ସେ କହିଛନ୍ତି ସମୁଦ୍ର ନେଇଛି ୮୨ ପ୍ରାଣ। ୨୦୨୨-୨୦୨୫ ମସିହା ଭିତରେ ଆସିଥିବା ଏହି ତଥ୍ୟ ଉଦବେଗଜନକ ରହିଛି। କଟକରେ ସର୍ବାଧିକ ୧୭୯, କେନ୍ଦ୍ରାପଡ଼ାରେ ୧୧୦, ମୟୂରଭଞ୍ଜରେ ୧୫୪, ସମ୍ବଲପୁରରେ ୧୦୭, କେନ୍ଦୁଝରରେ ୧୬୦ ଜଣଙ୍କ ନଦୀରେ ବୁଡି ଜୀବନ ଯାଇଛି ।