Latest Odisha News

BREAKING NEWS

ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଆହତ

ବୌଦ୍ଧ/ସୁବର୍ଣ୍ଣପୁର: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖଜୁରୀପଡ଼ା ନିକଟରେ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ହୋଇଛନ୍ତି ୩ଜଣ । ଆହତ ଯାତ୍ରୀଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତିରୁପତି ନାମକ ଘରୋଇ ବସ୍‌ ଭୁବନେଶ୍ୱରରୁ ଭବାନୀପୀଟଣା ଯାଉଥିବାବେଳେ ଖଜରୁପଡ଼ା ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ସେହିପରି ବଲାଙ୍ଗିର-ସୋନପୁର ରାସ୍ତାର ବଡ଼ଝିଙ୍କିରେ ଆଉ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଟ୍ରକ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଛି । ବୋଲେରୋଟି ପାଟଣାଗଡ଼ରୁ ବାହାଘର ସାରି ଫେରିବା ବେଳେ ବଡ଼ଝିଙ୍କିଠାରେ ଚାଉଳ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା । ଆହତଙ୍କୁ ସୋନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.