ମାଲକାନଗିରି: ଏନକାଉଣ୍ଟରରେ ଭୟ ଘାରିଛି ନକ୍ସଲଙ୍କୁ । ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ନିକଟରେ ୪ ହାର୍ଡକୋର ନକ୍ସଲ ସମେତ ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୁଇ ନକ୍ସଲଙ୍କ ନାଁରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଛି । ତେବେ ମୋଟ ୩୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
ଏହି ନକ୍ସଲମାନେ ସୁକମା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ବହୁ ଅଘଟଣ ଘଟାଇଥିବା ପୋଲିସ କହିଛି।
#WATCH | Sukma, Chhattisgarh | Sukma SP Kiran G Chavan says, "Influenced by 'Niyad Nellanar' scheme, 18 naxals have surrendered today. Of these, 4 naxalites are associated with Battalion No. 1. Naxalites belonging to 4 battalions have surrendered. Naxalites active in South… pic.twitter.com/brm7ODBTiA
— ANI (@ANI) May 27, 2025
ସୂଚନାଥାଉକି, ସରକାରଙ୍କ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ତେବେ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୋଲିସ କହିଛି। ସୁରକ୍ଷାବାହିନୀର ଲଗାତାର ଅପରେସନ ଏବଂ ଏନକାଉଣ୍ଟରରେ ଭୟଭୀତ ହୋଇ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସ୍ୱୀକାର କରିଛନ୍ତି ଆତ୍ମସମର୍ପଣ କରିଥିବା ନକ୍ସଲ ।
Comments are closed.