Latest Odisha News

BREAKING NEWS

ରତଲାମରେ ୧୮ ମୁସଲମାନ ହିନ୍ଦୁ ଧର୍ମକୁ ଫେରଲେ

ରତଲାମ: ମଧ୍ୟପ୍ରଦେଶରେ ଆଜି ଅମ୍ବା ଅଂଚଳରେ ୧୮ ଜଣ ମୁସଲମାନ ଧର୍ମ ଛାଡି ହିନ୍ଦୁ ପାଲଟିଛନ୍ତି । ଭୀମନାଥ ମନ୍ଦିରରେ ଶିବପୁରାଣ ପୂର୍ଣ୍ଣାହୂତି ପରେ ସ୍ୱାମୀ ଆନନ୍ଦଗିରି ମହାରାଜା ସମସ୍ତଙ୍କୁ ଗୋମୂତ୍ରରେ ସ୍ନାନ କରାଇଥିଲେ । ଏହା ପରେ ସେମାନଙ୍କୁ ପଇତା ପିନ୍ଧା ଯାଇଥିଲା । ଏହା ପୂର୍ବରୁ ସେମାନେ ଶପଥ ପତ୍ରରେ କୌଣସି ଚାପର ବଶୀଭୂତ ନ ହୋଇ ସ୍ୱଇଚ୍ଛାରେ ଏହି ନିଷ୍ପତି ନେଇଛନ୍ତି ବୋଲି ଲେଖିଥିଲେ । ଘରର ମୂଖିଆଙ୍କ ନାମ ମହମ୍ମଦ ଶାହ ବଦଳରେ ରାମ ସିଂ ରଖା ଯାଇଥିଲା । ସେହିପରି ଅନ୍ୟ ସଦସ୍ୟଙ୍କ ନାମ ମଧ୍ୟ ପରିବର୍ତନ କରାଯାଇଥିଲା ।

ସେମାନଙ୍କ ମତରେ ଆମେ ୩ ପିଢ଼ୀ ପରେ ପୁନର୍ବରେ ନିଜ ଧର୍ମକୁ ଫେରିଥିବାରୁ ଗୌରବାନ୍ୱିତ ମନେ କରୁଛୁ । ବହୁତ ସ୍ଥାନରେ ଏଥିପାଇଁ ଆମେ ଅନୁରୋଧ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲୁ । ଶେଷରେ ବାବାଙ୍କ ଉଦ୍ୟମ ଯୋଗୁ ଆମେ ଆମ ଧର୍ମକୁ ଫେରି ପାରିଛୁ ବୋଲି ରାମ ସିଂ କହିଛନ୍ତି ।

Leave A Reply

Your email address will not be published.