Latest Odisha News

BREAKING NEWS

ସଇଁତଳା ସହରରେ ବ୍ୟାପିଲା ଡେଙ୍ଗୁ, ୧୮ ଆକ୍ରାନ୍ତ ଚିହ୍ନଟ

ଟିଟିଲାଗଡ଼: ସଇଁତଳା ସହରରେ ବ୍ୟାପିଲା ଡେଙ୍ଗୁ। ସହରରେ ମୋଟ ୧୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରୁ ୧୧ ଜଣ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ସଇଁତଳା ମେଡିକାଲ ଇନଚାର୍ଜ।

ମିଳିଥିବା ସୂଚନା ମୁତାବକ, ସଇଁତଳା ହସ୍ପିଟାଲରୁ ମଧ୍ୟ ଏକ ଟିମ୍‌ ଗାଁରେ ଘର କୁ ଘର ବୁଲି ଡେ଼ଙ୍ଗୁ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରୁଛନ୍ତି। ସହରର ବିଭିନ୍ନ ଡ୍ରେନେଜ୍‌ ସଫା ହୋଇ ନ ଥିବା ବେଳେ ବର୍ଷା ଜମି ରହୁଛି। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସହରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ବଢିବା ଲୋକଙ୍କ ପାଇ ଚିନ୍ତାର କାରଣ ହୋଇଛି। ତୁରନ୍ତ ଡ୍ରେନେଜ ସଫା କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ନାଳ ନର୍ଦ୍ଦମା ଗୁଡ଼ିକୁ ସଫା କରିବା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଡ଼ିଓ।

Leave A Reply

Your email address will not be published.