Latest Odisha News

BREAKING NEWS

ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମଙ୍କୁ ଦିଆଗଲା ଟିକା

ରାଉରକେଲା : ମହାମାରୀ କରୋନାକୁ ମାତ୍ ଦେବା ପାଇଁ ରାଉରକେଲା ଚାଲିଛି ଟିକାକରଣ ଅଭିଯାନ । ସହରରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ୬ଟି କେନ୍ଦ୍ରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା। । ଆଜି ୧୪୯ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏଥିପାଇଁ ସଂପୃକ୍ତ ହିତାଧିକାରୀ ଓ ସେମାନଙ୍କ ଅଭିଭାବକ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ଟିକାଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ବସିବା ପାଇଁ ଚେୟାର, ହ୍ୱିଲ ଚେୟାର ଆଦି ସହିତ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା । ଏହାସହ ଏହି ହତାଧିକାରୀମାନେ କିପରି ସୁବିଧାରେ ଟିକା ନେବେ ସେଥିଲାଗି ସମସ୍ତ କେନ୍ଦ୍ରରେ ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିଲା । ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରଓ୍ବାଣେ ଟିକାଦାନ କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ହିତାଧିକାରୀମାନେ ଆଧାର କାର୍ଡ ଓ ଭିନ୍ନକ୍ଷମ ପ୍ରମାଣପତ୍ର ସହିତ ଟିକାଦାନ କେନ୍ଦ୍ରକୁ ଆସି ପଞ୍ଜୀକରଣ କରି ଟିକା ନେଇଥିଲେ ।

Leave A Reply

Your email address will not be published.