Latest Odisha News

BREAKING NEWS

ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣରେ ଆଦାନୀ ଫାଉଣ୍ଡେସନର ପ୍ରମୁଖ ଭୂମିକା

ଧାମରା : କୋଭିଡ ଭଳି ମହାମାରୀ ବିରୋଧରେ ଲଢ଼େଇ କରୁଛି ସାରା ବିଶ୍ବ । କିପରି ଏହାକୁ ରୋକାଯିବ ସେନେଇ ଜାରି ରହିଛି ଉଦ୍ୟମ । କିନ୍ତୁ ଭାରତରେ ସ୍ଥିତି ଜଟିଳ ଥିବା ବେଳେ, ଚିକିତ୍ସାରେ ସମସ୍ୟା ସୃଷ୍ଟି କରିଛି ଅମ୍ଳଜାନ । ଏଭଳି ସ୍ଥିତିରେ ସରକାରଙ୍କୁ ସମର୍ଥନ କରିବା ପାଇଁ ଆଦାନୀ ଗ୍ରୁଫର ସିଏସଆର ଓ୍ବିଙ୍ଗ ଓ ଆଦାନୀ ଫାଉଣ୍ଡେସନ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ ।

ଭଦ୍ରକ ଜିଲ୍ଲାରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଗୁରୁତର ରୋଗୀଙ୍କ ସଂଖ୍ୟା କିଛି କମ ନୁହେଁ । ଗୁରୁତର ରୋଗୀଙ୍କ ଚିକିତ୍ସାରେ ଏବ ଅକ୍ଳଜାନ ରକ୍ଷା କବଚ ସାଜିଛି । ତେଣୁ ଅମ୍ଳଜାନ ସଙ୍କଟକୁ ଦୂର କରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ପ୍ରଶାସନକୁ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ ପ୍ରଦାନ କରାଯାଇଛି । ଏହି ଜୀବନ ରକ୍ଷାକାରୀ ଉପକରଣ ମଧ୍ୟରେ ୨୧୦ଟି ମେଡିକାଲ ଗ୍ରେଡ୍ ଅମ୍ଳଜାନ ସିଲିଣ୍ଡର, ୩୨ଟି ଅମ୍ଳଜାନ କନସେନଟ୍ରେଟର ଓ ୫୦ଟି ଫ୍ଲୋ ମିଟର ରହିଛି । ଧାମରା ପୋର୍ଟର ଉପସଭାପତି ଜଗତ ଇନ୍ଦୁ ପରିଜା ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ଏସବୁ ସାମଗ୍ରୀ ପ୍ରଦାନ କରାଯାଇଛି । କୋଭିଡ ଆରମ୍ଭ ହେବା ଠାରୁ ଏପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସାନିଟାଇଜର ଓ ମାସ୍କ ବଣ୍ଟନ, ସ୍ବାସ୍ଥ୍ୟ ଶିବିର ଆୟୋଜନ ଓ ଔଷଧ ବଣ୍ଟନ କରାଯାଇ ଅନେକ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.