Latest Odisha News

BREAKING NEWS

ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ପୁରୀରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ସେହିପରି ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ। ଭକ୍ତଙ୍କ ସଂଖ୍ୟା ଗଣନା ନେଇ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ରଥଯାତ୍ରା ସୁପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା କଡାକଡି କରାଯାଉଛି। ଅନ୍ୟପଟେ ରଥଯାତ୍ରାର ସୁପରିଚାଳନା ନିମନ୍ତେ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ୯୦ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର ।

ଏହା ସହ ସୋସିଆଲ ମିଡିଆରେ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ୍ ସୂଚନା ଦିଆଯିବ । ସୂଚନା ଅନୁସାରେ ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭ ତାରିଖରେ ସେ ପୁରୀ ଗସ୍ତ କରି ରଥଯାତ୍ରା ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ତେଣୁ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି । ଚଳିତ ଥର ରଥଯାତ୍ରାରେ ୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ । ୧୯ ଏସ୍‌ପି ପାହ୍ୟାର, ଡିଏସ୍‌ପି ପାହ୍ୟାର ୭୫ ଜଣ ମୁତୟନ ହେବେ ।

୧୩୦ ଇନ୍ସପେକ୍ଟର, ୬୭୫ ଏଏସ୍‌ଆଇ ସୁରକ୍ଷା ଦାୟିତ୍ୱରେ ରହିବେ । ୫ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଛି । ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ । ଏହା ସହ ସୁରକ୍ଷା ଲାଗି ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ପୁରୀରେ ସମୀକ୍ଷା ପରେ ଡିଜିପି ଅରୁଣ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.