Latest Odisha News

BREAKING NEWS

୧୮ ଶହ ବୋତଲ କଫ୍ ସିରପ ଜବତ, ଜଣେ ଗିରଫ

ବଲାଙ୍ଗିର: ରାଜ୍ୟରେ ବଢ଼ି ଚାଲିଛି ବେଆଇନ୍ କଫ ସିରପ କାରବାର । ବଲାଙ୍ଗିର ସହର ମାଲପଡାରୁ ୧୮ ଶହ ବୋଲତ କଫ ସିରଫ ଜବତ ହୋଇଛି । ଯାହାର ଅନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜଗବନ୍ଧୁ ମହେର ।

ଗତକାଲି ସନ୍ଧ୍ୟାରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଗବନ୍ଧୁଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ତାଙ୍କ ଘରୁ ଏବଂ କାର୍ ଭିତରୁ ୧୮ ଶହ ବୋତଲ କଫ ସିରପ ଜବତ ହୋଇଛି । ଜଗବନ୍ଧୁଙ୍କୁ ପୋଲିସ କାଲି ଅଟକ ରଖି ପଚରାଉଚରା କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି । ସେପଟେ ଏତେ ପରିମାରଣ କଫ ସିରଫ କେଉଁଠୁ ଆସିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବେଆଇନ୍ କଫି ସିରପ ଜବତ ହୋଇଥିଲା ।

Leave A Reply

Your email address will not be published.