Latest Odisha News

BREAKING NEWS

ଭାରତରେ ଅଗଷ୍ଟ ମାସରେ ହୋଇଛି ୨.୩୯ କୋଟି କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଭାରତରେ ଗତ ଅଗଷ୍ଟ ମାସରେ ହୋଇଛି ପ୍ରାୟ ୨.୩୯ କୋଟି କୋଭିଡ ଟେଷ୍ଟ । ଯେଉଁଥିରୁ ୧.୨୪ କୋଟି ରାପିଡ୍ ଆଣ୍ଟିଜେନ୍ କିଟ୍ ଦ୍ୱାରା ଟେଷ୍ଟ କରାଯାଇଛି ବୋଲି ରବିବାର ଦିନ କେ‌ନ୍ଦ୍ର ସରକାର ପ୍ରକାଶ କରିଛନ୍ତି ।

ରାଜ୍ୟ ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ (ରାଷ୍ଟ୍ର) ଅଶ୍ୱିନୀ ଚୌବେ କହିଛନ୍ତି ଯେ ଗତ ସେପ୍ଟେମ୍ବର ୧୮ ତାରିଖ ମଧ୍ୟରେ ସାରା ଦେଶରେ ମୋଟ୍ ୬,୧୭,୩୩,୫୨୨ କେରାନା ପରୀକ୍ଷା କରାଯାଇଥିଲା।

ଏନଡିଟିଭିର ରିପୋର୍ଟ ମୁତାବକ ସେ ଆହୁରି ମଧ୍ୟ କହିଛନ୍ତି, ଅଗଷ୍ଟ ମାସରେ ୨,୩୯,୬୬,୮୫୯ କରୋନା ଟେଷ୍ଟ କରାଯାଇଥିବା ବେଳେ ଜୁଲାଇ ମାସରେ ୧,୦୫,୩୨,୨୮୮ଟି ଟେଷ୍ଟ କରାଯାଇଥିଲା । ସେହିପରି ୪୯,୯୩,୪୨୨ ଜୁନରେ, ୨୯,୩୭,୨୮୪ ମେ’ ମାସରେ, ୮,୬୪,୫୧୭ ଏପ୍ରିଲ୍ ମାସରେ ଏବଂ ମାର୍ଚ୍ଚ ମାସରେ ୩୩,୩୩୦ ଟେଷ୍ଟିଂ ହୋଇଛି ।

ତେବେ ମାର୍ଚ୍ଚ ମାସରେ କେବଳ ଆରଟି-ପିସିଆର୍ ଟେଷ୍ଟିଂ ସେଣ୍ଟର ଉପଲବ୍ଧ ରହିଥିଲା । ପରେ ଆଇସିଏମଆର୍ ପକ୍ଷରୁ ଟ୍ରୁନୁଟ୍‌, ସିବିଏନଏଏଟି, ଏବିବିଓଟିଟି, ଆରଓସିଏଚଇ ଏବଂ ଜୁନ୍ ମାସରେ ରାପିଡ୍ ଆଣ୍ଟିଜେନ୍ କିଟକୁ ଟେଷ୍ଟିଂରେ ସାମିଲ ହେବା ପାଇଁ ଅନୁମତି ମିଳିଥିଲା ।

Leave A Reply

Your email address will not be published.