ଟେକ୍ସାସ: ଆମେରିକାର ଟେକ୍ସାସରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଏଠାରେ ଏକ ଡେୟରୀ ଫାର୍ମରେ ବଡ ଧରଣର ବିସ୍ଫୋରଣ ଘଟିବା ଫଳରେ ୧୮,୦୦୦ରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ ଘଟିଛି । ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଡିମିଟରେ ଥିବା ସାଉଥ ଫୋର୍କ ଡେୟରୀରେ ହୋଇଥିବା ଏହି ବିସ୍ଫୋରଣ ସମ୍ପୂର୍ଣ୍ଣ ଅଂଚଳକୁ ଅନ୍ଧକାରମୟ କରି ଦେଇଥିଲା । ଏଥିରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟି ନାହିଁ । କେଉଁ କାରଣରୁ ଏହି ବିସ୍ଫୋଟ ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ମୃତ୍ୟୁବରଣ କରିଥିବା ଅଧିକାଂଶ ଗାଈ ହୋଲଷ୍ଟିନ ଓ ଜର୍ସି ଗାଈଙ୍କ ମିଶ୍ରଣ ଥିଲେ । ବିସ୍ଫୋରଣ ପୂର୍ବରୁ ଗାଈମାନଙ୍କ ନିକଟରୁ କ୍ଷୀର ବାହାର କରିବା ପାଇଁ ଗୋଟିଏ ସ୍ଥାନରେ ଏକତ୍ର ରଖା ଯାଇଥିଲା ।
ରିପୋର୍ଟ ମୁତାବକ ଗୋଟିଏ ଗୋଟିଏ ଗାଈର ମୂଲ୍ୟ ୧ ଲକ୍ଷ ୬୩ ହଜାର ଟଙ୍କା ହେବ । ଡେୟରୀ ଫାର୍ମ ଚାରିପଟେ ଗାଈଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡି ରହିଛି । ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ ସେଠାରେ ପଂହଚି ନିଆଁ ଉପରେ କାବୁ ପାଇଥିଲେ । ଏହି ଘଟଣା ଏବେ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.