Latest Odisha News

ଦିନକର‌େ ଦେଶରୁ ୧୮ ହଜାରରୁ ଅଧିକ କର‌ୋନା ଆକ୍ରାନ୍ତ ଚିହ୍ନଟ, ୨୩୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୧୩୯ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କ‌ୋଟି ୦୪ ଲକ୍ଷ ୧୩ ହଜାର ୪୧୭କୁ ବୃଦ୍ଧି ପାଇଛି ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଆଉ ୨୩୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୦ ହଜାର ୫୭୦କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।

ସେହିପରି ଆକ୍ଟିଭ୍ କେସ୍ ଲଗାତାର ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ କରୋନା ସକ୍ରିୟ ମାମଲା ୨ ଲକ୍ଷ ୨୫ ହଜାର ୪୪୯ ରହିଛି। ଏବ‌େ ଆକ୍ଟିଭ କେସ୍ ୨.୧୬% ରହିଛି।

ଗତ ୨୪ ଘଣ୍ଟାରେ ୨୦ ହଜାର ୫୩୯ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୧ କ‌ୋଟି ୩୭ ହଜାର ୩୯୮ କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର ୯୬.୩୯%କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.