Latest Odisha News

ସଡିନୀ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନରେ ଅଲଆଉଟ୍

ସିଡନୀ: ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୩୮ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଆଜି ମ୍ୟାଚର ଦ୍ୱିତୀୟ ଦିନ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୧୩୧ ରନ୍ ହାସଲ କରିଛନ୍ତି । ମାର୍ଣ୍ଣସ ଲାବୁସେନ୍ ୯୧ରନ୍ ଓ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରିଛନ୍ତି ।

ଷ୍ଟିଭେନ୍ ସ୍ମିଥଙ୍କୁ ରନ୍ ଆଉଟ୍ କରି ଅଷ୍ଟ୍ରେଲିଆର ପ୍ରଥମ ଇନିସକୁ ସମାପ୍ତି କରିଥିଲେ ରବୀନ୍ଦ୍ର ଜାଡେଜା । ସ୍ମିଥ୍ କ୍ୟାରିୟରର ୨୭ତମ ଶତକ ହାସଲ କରିଛନ୍ତି ।

ଆଜି ଦ୍ୱିତୀୟ ଦିନରେ ଲୟକୁ ଫେରିଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜାଙ୍କୁ ମିଳିଛି ସର୍ବାଧିକ ୪ଟି ଓ୍ୱିକେଟ । ଯଶପ୍ରୀତ ବୁମରାହ ଓ ନଭଦୀପ ସାଇନି ଦୁଇଟି ଲେଖାଏଁ ଓ୍ୱିକେଟ ହାତେଇଛନ୍ତି । ମହମ୍ମଦ ସିରାଜ ଓ ଅଶ୍ୱିନ ନେଇଛନ୍ତି ଗୋଟିଏ ଲେଖାଏ ଓ୍ୱିକେଟ ।

Leave A Reply

Your email address will not be published.