Latest Odisha News

BREAKING NEWS

ଆଜି ଭୁବନେଶ୍ୱରର ଏକ ହୋଟେଲରୁ ୧୮ ଜଣଙ୍କ ସମେତ ୧୮୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ  ଭୁବନେଶ୍ଵରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ରାଜଧାନୀରୁ ଦୈନିକ ଶତାଧିକ ପଜିଟିଭ୍ କେସ ସଂଖ୍ୟା ସାମ୍ନାକୁ ଆସୁଛି। ଭୁବନେଶ୍ଵରରୁ ଆଉ ୧୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୩୫୮କୁ ବୃଦ୍ଧି ଘଟିଛି। ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା ୧୮୭ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୪ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ରହିଛି। ଜୟଦେବ ବିହାର ନିକଟ ଏକ ହୋଟେଲରୁ ଏକା ବେଳେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ଭଳି ଆଜି ଭୁବନେଶ୍ଵରରୁ ୧୦୭ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ୍ ୨୯୧୪ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ଵରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୩୫୮ ରହିଛି। ସେଥିରୁ ୨୯୨୪ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩ ରହିଥିବା ବେଳେ ଭୁବନେଶ୍ଵରରେ ସକ୍ରିୟ କେସ୍‌ ସଂଖ୍ୟା ୧୪୧୮ ରହିଛି।

Leave A Reply

Your email address will not be published.