Latest Odisha News

BREAKING NEWS

ସ୍ୱାଧୀନତା ସଂଗ୍ରାମ ଲଢ଼େଇରେ ଅଜଣା, ଅଶୁଣା ହୋଇ ରହି ଯାଇଥିବା ବୀରପୁରୁଷମାନେ

ପୁରୀ:କିଛି ହାତଗଣତି ମହାପୁରୁଷ ଭାରତକୁ ସ୍ୱାଧୀନ କରିଛନ୍ତି ଭାବିବା ଭୁଲ । ମହାତ୍ମା ଗାନ୍ଧୀ, ସୁବାସ ବୋଷ, ଜବାହାରଲାଲ ନେହେରୁଙ୍କ ପରି ମହାପୁରୁଷ ଆଢ଼ୁଆଳରେ ରହି ଯାଇଛନ୍ତି ଅନେକ ବୀର ପୁରୁଷ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।
ରାନୀ ଗାଇଡିନିଲୁ: ବ୍ରିଟିଶ ସରକାର ବିରୋଧରେ ରାନୀ ଗାଇଡିନିଲୁ ବିଦ୍ରୋହ କରିଥିଲେ । ନାଗା ଧର୍ମର ଏହି ମହିଳାଜଣକ ୧୩ ବର୍ଷ ବୟସରେ ଏହି ଲଢ଼େଇରେ ସାମିଲ ହୋଇଥିଲେ । ହେରକା ରିଲିଜିୟସ ମୁଭମେଂଟ ତାଙ୍କ ଯୋଗୁ ସୃଷ୍ଟି ହୋଇଥିଲା । ମଣିପୁର ଏବଂ ଏହାର ଆଖ ପାଖ ଅଂଚଳରେ ଜବରଦସ୍ତ ପ୍ରଭାବ ପଡିଥିଲା । ୧୬ ବର୍ଷ ବୟସରେ ତାଙ୍କୁ ଗିରଫ କରାଗଲା । ଏହା ପରେ ତାଙ୍କୁ ଆଜୀବନ ଦଣ୍ଡାଦେଶ ଦିଆଗଲା । ୧୯୪୭ରେ ସେ କାରାଗରରୁ ଆସିବା ପରେ ତାଙ୍କ ଲଢ଼େଇ ଜାରି ରଖିଥିଲେ । ଶେଷରେ ସେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ତିରୋତ ସିଂ : ଖାସି ସଂପ୍ରଦାୟର ତିରୋତ ସିଂ ବ୍ରିଟିଶଙ୍କ ବିରୋଧରେ ୧୮୦୦ ଖ୍ରୀଷ୍ଟାବ୍ଦରେ ସ୍ୱର ଉତୋଳନ କରିଥିଲେ । ୧୮୩୫ରେ ବ୍ରିଟିଶଙ୍କ ସହ ଲଢ଼େଇ କରି ସେ ପ୍ରାଣତ୍ୟାଗ କରିଥିଲେ ।

ଆଲୁରି ସୀତାରାମ ରାଜୁ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ରାମ୍ପା ଆନ୍ଦୋଳନର ମୂଖ୍ୟ ନାୟକ ଥିଲେ । ୧୯୨୨-୨୪ ମଧ୍ୟରେ ବ୍ରିଟିଶ ସରକାର ନାକେଦମ ହୋଇ ପଡିଥିଲା । ତାଙ୍କୁ ହିରୋ ଅଫ ଦି ଜଙ୍ଗଲ ମଧ୍ୟ କୁହାଯାଏ । ଆଦିବାସୀ ଓ ବଣ ଜଙ୍ଗଲରେ ରହୁଥିବା ଲୋକଙ୍କୁ ନେଇ ସେ ବ୍ରିଟିଶଙ୍କ ଫରେଷ୍ଟ ଆକ୍ଟ ବିରୋଧରେ ଲଢ଼େଇ କରିଥିଲେ ।

ପିଙ୍ଗାଲି ଭେଙ୍କେୟା: ମହାତ୍ମ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ ପିଙ୍ଗାଲି ଭେଙ୍କେୟା । ସେ ଭାରତୀୟ ଜାତୀୟ ପତାକାର ସ୍ରଷ୍ଟା ଥିଲେ । ପ୍ରଚୁର ଜ୍ଞାନର ଅଧିକାରୀ ପିଙ୍ଗାଲିଙ୍କୁ ଡାଇମଣ୍ଡ ଭେଙ୍କେୟା ଭାବେ ସମ୍ବୋନ୍ଧିତ କରାଯାଏ ।
ତାଙ୍ଗୁଟୁରି ପ୍ରକାଶମ: ୧୯୨୧ରୁ ୧୯୨୮ ମଧ୍ୟରେ ସେ ସ୍ୱାଧୀନତା ଲଢ଼େଇରେ ଅଂଶଗ୍ରହଣ କରିଥିଲେ । ସାଇମନ କମିଶନ ଆନ୍ଦୋଳନରେ ତାଙ୍ଗୁଟୁରି ପ୍ରକାଶକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବ୍ରିଟିଶ ସେନା ଆନ୍ଦୋଳନକୁ ରୋକିବା ପାଇଁ ଗୁଳି ଚଳାଇବା ପାଇଁ ଧମକ ଦେଇଥିଲେ । ସେ ଡରି ନ ଯାଇ ଶାର୍ଟ ଚିରି ଗୁଳି ମାର ବୋଲି ସେମାନଙ୍କୁ ଚ୍ୟାଲେଂଜ ଦେଇଥିଲେ ।ପରେ ସେ ଆନ୍ଧ୍ର କେଶରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।
ବୀରପାଣ୍ଡିୟା କୋଟାବୋମନ: ୧୮୦୦ ଶତାବ୍ଦୀ ପୂର୍ବରୁ ଇଂରେଜମାନଙ୍କ ବିରୋଧରେ ସେ ଲଢ଼େଇ କରିଥିଲେ । ଭାରତର ଉତରାଂଚଳର ସେ ଜଣେ ଯୋଦ୍ଧା ଥିଲେ । ୧୭୯୯ରେ ଇଂରେଜ ତାଙ୍କୁ ଫାଶୀ ଦେଇଥିଲେ ।

ବେନୟ, ବାଦଲ , ଦିନେଶ: କଲିକତାରେ ବାଦଲ ଗୁପ୍ତା, ଦୀନେଶ ଗୁପ୍ତା ଓ ବେନୟ ବାସୁ ଇଂରେଜମାନଙ୍କ ମନରେ ଭୟ ସୃଷ୍ଟି କରାଇଥିଲେ । ସେମାନେ ସେ ସମୟରେ କଲିକତାର ଇଂରେଜ ପ୍ରଭାବିତ ଅଂଚଳଗୁଡିକ ଉପରେ ଆକ୍ରମଣ କରିଥିଲେ । ନୃଶଂସ ସିମ୍ପସନଙ୍କୁ ମାରିବା ପରେ ସେମାନେ ଗିରଫ ନ ହେବା ଲାଗି ଚିନ୍ତା କରିଥିଲେ । ବାଦଲ ବିଷ ଖାଇଥିବା ବେଳେ ଅନ୍ୟ ଦୁଇ ଜଣ ନିଜକୁ ଗୁଳି କରିଥିଲେ । ଏବେ ଡେଲହାଉସୀ ସ୍କ୍ୱାୟର ବିବିଡି ବାଗ ନାମରେ ନାମିତ ହୋଇଛି । ଏହା ବ୍ୟତୀତ ସୂର୍ଯ୍ୟ ସେନ୍ ଓ ପୋଲଟି ଶ୍ରୀରାମାଲୁ ମଧ୍ୟ ଦେଶ ପାଇଁ ଲଢ଼େଇ କରିଥିଲେ ।

Leave A Reply

Your email address will not be published.