Latest Odisha News

BREAKING NEWS

ଡ୍ରେନ୍‌ ପାଣିରେ ପରିବା ଧୋଇବା ଅଭିଯୋଗରେ ବିକ୍ରେତାଙ୍କ ନାଁରେ ମାମଲା ରୁଜୁ

ଭୋପାଳ: ଡ୍ରେନ୍‌ର ଅପରିଷ୍କାର ପାଣିରେ ପରିବା ଧୋଇବା ଅଭିଯୋଗରେ ଜଣେ ପରିବା ବିକାଳିଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ଦୃଶ୍ୟକୁ ଭିଡିଓରେ ରେକର୍ଡ କରିଛନ୍ତି ଜଣେ ବ୍ୟକ୍ତି। ଭୋପାଳରୁ ଏମିତି ଏକ ଘଟଣା ସାମନାକୁ ଆସିଛି। ଏହାସହିତ ବ୍ୟକ୍ତି ଜଣକ ତାଙ୍କୁ ଚେତାବନୀ ଦେଇ କହିଥିଲେ ଯେ ତାଙ୍କର ଏହି କାର୍ଯ୍ୟ ଦ୍ୱାରା ଅନେକ ଲୋକ ଅସୁସ୍ଥ ହୋଇପଡ଼ିବେ କିନ୍ତୁ ବିକ୍ରେତା ଜଣକ ସେହି ବ୍ୟକ୍ତିଙ୍କ କଥାକୁ ଅଣଦେଖା କରିଥିଲେ।

ଭିଡିଓରେ, ବ୍ୟକ୍ତି ଜଣକ ବିକ୍ରେତାଙ୍କୁ କହୁଥିବାର ଶୁଣିବାକୁ ମିଳିଥିଲା ​​ଯେ ଯଦି ଅନ୍ୟମାନେ ଏହି ଭିଡିଓ ଦେଖନ୍ତି ତେବେ ତାଙ୍କଠାରୁ କେହି ପନିପରିବା କିଣିବେ ନାହିଁ, କିନ୍ତୁ ଏହାକୁ ବି ପରିବା ବିକାଳୀ ଜଣଙ୍କ ଖାତିର୍‌ କରିନଥିଲେ।

ତେବେ ଭିଡିଓ ଭାଇରାଲ ହେବା ସହ ଭୋପାଳ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଛନ୍ତି। କିଛି ସମୟ ପରେ ବିକ୍ରେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଏହା ପରେ ପୋଲିସ, ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଖାଦ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ।

ମଙ୍ଗଳବାର ଦିନ ପୋଲିସ କହିଛି ଯେ ବିକ୍ରେତାଙ୍କୁ ଚିହ୍ନଟ କରାଯାଇଛି ଏବଂ ତାଙ୍କ ଫୋନ ନମ୍ବର ଏବଂ ନାମ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.