Latest Odisha News

BREAKING NEWS

ସାହିତ୍ୟ ପତ୍ରିକା ପ୍ରତିଶ୍ରୁତିର ତୃତୀୟ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି ( ନୂଆ ସକାଳର ସଂକଳ୍ପ )ର ତୃତୀୟ ସଂସ୍କରଣ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ‘ଯୁଗେ ଯୁଗେ ଜଗନ୍ନାଥ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ପ୍ରବଚକ ଓ ଆଧ୍ୟାତ୍ମିକ ଗୁରୁ ଚନ୍ଦ୍ର ଶେଖର ଦାଶ , ଦୟାନିଧି ତ୍ରିପାଠୀ , ଇପ୍‌ସିତା ଷଡ଼ଙ୍ଗୀ , ଶକର୍ଷଣ ପରିଡ଼ା , ପିନାକୀ ମିଶ୍ର ପ୍ରମୁଖ ଯୋଗଦାନ କରି ଜଗନ୍ନାଥ ଓ ସାହିତ୍ୟ ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ ।

ଏହି ଅବସରରେ କଳା , ସାହିତ୍ୟ , ଭାସ୍କର୍ଯ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିଭାବାନ ବ୍ୟକ୍ତିତ୍ବଙ୍କୁ ପ୍ରତିଶ୍ରୁତି ପରିବାର ପକ୍ଷରୁ ସମ୍ମାନିତ କରାଯାଇଥିଲା।

ପ୍ରତିଷ୍ଠାତା ଓ ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଦସ୍ୟ ଶୁଭବ୍ରତ ମହାପାତ୍ର , ଦିବ୍ୟ ମହାପାତ୍ର , ଦିବ୍ୟରଂଜନ ବେହେରା ପ୍ରମୁଖ ସହଯୋଗ କରିଥିଲାବେଳେ ସମ୍ପାଦିକା ସସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.